ବଜ୍ରଘାତରେ ମଇଁଷି ଚାରାଳିଙ୍କ ମୃତ୍ୟୁ
କୁକୁଡାଖଣ୍ଡି, ( ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲିରେ ସୋମବାର ଦିନ ଜଣେ ମଇଁଷି ଚାରାଳିଙ୍କ ମୃତ୍ୟୁ ଘଟିଛି. ମୃତକ ଜଣକ ହେଲେ କିଶୋର ଗୋଡ (44) ସେ ଯୋଗିଆପାଲି ଦେଇ ଯାଇଥିବା ରିଙ୍ଗ ରୋଡ଼ ନିକଟରେ ମଇଁଷି ଚାରାଉଥିବା ବେଳେ ଅପରାହ୍ନ ଏହି ଘଟଣା ଘଟିଥିଲା ସନ୍ଧ୍ୟା ହେବାରୁ ମଇଁଷି ଘରକୁ ଫରିଥିଲା ପରନ୍ତୁ ମଇଁଷି ଚାରାଳି କିଶୋର ଘରକୁ ଫେରିନଥିଲେ. ପରିବାର ଲୋକେ ଖୋଜାଖୋଜି କଲା ପରେ ଶେଷରେ ରିଙ୍ଗ ରୋଡ଼ ନିକଟରେ କିଶୋର ପଡିରହିଥିବା ଦେଖିବାକୁ ପାଇଲେ. ତାପରେ ତାଙ୍କୁ ଏମକେସିଜି ବ୍ରହ୍ମପୁର ନେଇଥିଲେ. ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ.