ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ପାର୍ବଣ ପୂଜା ଆରମ୍ଭ

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ସର୍ବଧର୍ମ ସମନ୍ୱୟ ର ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର( ନୁଆ ମଠ)ଠାରେ ମଠ ର ଅଧିଷ୍ଠାତ୍ରୀ ଦେବୀ ମା’ ଶ୍ୟାମାକାଳୀ ଓ ଦକ୍ଷିଣକାଳୀ ଙ୍କ ଷୋଡଶ ଦିନାତ୍ମକ ପାର୍ବଣ ପୂଜା ମୂଳଷ୍ଟମୀ ତିଥି ଠାରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ପବିତ୍ର ପ୍ରାଚୀ ନଦୀ ରୁ ଜଳ ଅଣାଯାଇ ମା ‘ଙ୍କ ମହାସ୍ନାନ କରାଯିବା ପରେ ଷୋଡଶ ଉପଚାର ରେ ପୂଜାର୍ଚ୍ଚନା କରାଯାଇଥିଲା। ସୂର୍ଯ୍ୟ ପୂଜା, କଳସ ପୂଜା, ଦ୍ୱାରପାଳ ପୂଜା ସମୟ ରେ ହରିବୋଲ, ହୁଳହୋଳି, ବାଦଲ ବାଦ୍ୟ, ଶଙ୍ଖ ଧ୍ୱନି ,କୀର୍ତ୍ତନ ରେ ମଠ ପରିବେଶ କମ୍ପି ଉଠିଥିଲା। ଏହି ପୂଜା ଆସନ୍ତା ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ପ୍ରକାଶ କରିଛନ୍ତି। ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମାତୃ ଉପାସକ ହୋଇଥିବାରୁ ଗୁରୁ ଙ୍କ ନିର୍ଦ୍ଦେଶ ରେ ୧୯୪୧ମସିହା ଠାରୁ ମା ‘ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପ୍ରତି ବର୍ଷ ପୂଜା ଅନୁଷ୍ଠିତ ହେଉଛି। ଗୋଟିଏ ମନ୍ଦିର ଛାତ ତଳେ ମା ‘ଶ୍ୟାମାକାଳୀ ଓ ମା ଦକ୍ଷିଣକାଳୀ ପୂଜା ପାଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଏହି ପୀଠ କୁ ଆସି ମା ‘ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତି। ଏହି ପର୍ବ ରେ ମା ‘ଙ୍କ ପାଖରେ ପ୍ରଥମେ ପହିଲି ଭୋଗ, ଅପରାହ୍ନ ରେ ରାଜଭୋଗ, ଓ ରାତି ରେ ପଣା ଆଦି ଭୋଗ ଲାଗି କରାଯାଉଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମଠ ଟି ଉତ୍ସବ ମୁଖର ହୋଇଉଠିଛି ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ