ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଡ଼ାକ୍ତରୀ ପରୀକ୍ଷଣ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା, ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଶ୍ରୀ ବିରଞ୍ଚି ନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାଥମିକ ବିଭାଗ ପରିସରରେ ପୋଲସରା ବ୍ଳକର ୩୦ ଜଣ, ବୁଗୁଡ଼ା ବ୍ଳକର ୪୦ ଜଣ ଓ ଜଗନ୍ନାଥ ପ୍ରସାଦ ବ୍ଲକର ୩୦ ଜଣ, ଏହିପରି ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ। ତିନି ଗୋଟି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ମତିଷ୍କ ପକ୍ଷାଘାତ, ସ୍ୱଳ୍ପ ଦୃଷ୍ଟି ବାଧିତ, ତାଳୁ କଣା ଓ ଗ୍ରହଣ ଖଣ୍ଡିଆ ଛାତ୍ରଛାତ୍ରୀଙ୍କ ଏହି ଶିବିରରେ ଡ଼ାକ୍ତରୀ ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଗୋଷ୍ଠି ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ରଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅମିତା କୁମାରୀ ପାଢ଼ୀ ଓ ତପସ୍ଵିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅତିଥି ବୃନ୍ଦ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅଭିଭାବକମାନଙ୍କୁ ପ୍ରେରଣା ଦେବା ସହ ଦିବ୍ୟାଙ୍ଗମାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଉକ୍ତ ଦିବ୍ୟାଙ୍ଗ ଚିହ୍ନଟ ଶିବିରରେ କଟକର ଅଶ୍ୱିନ ହସ୍ପିଟାଲର ଡାକ୍ତର , କଟକର ସାଇଟସେଭର୍ ଇଣ୍ଡିଆ ର ଡାକ୍ତର ଟିମ୍ ଓ ବ୍ରହ୍ମପୁର ଡିଡ଼ିଆରସି ର ଡାକ୍ତର ଟିମ୍ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ତପନ କୁମାର ସାହୁ, ଏମ. ଡମ୍ବରୁଧର ଦୋରା, ହେମନ୍ତ କୁମାର ନନ୍ଦ, ଅଜୟ କୁମାର ସାହୁ ଯୋଗଦେଇଥିବା ବେଳେ ବୁଗୁଡା ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆ ଏହି ଶିବିରକୁ ପରିଚାଳନା କରିଥିଲେ। ତିନୋଟି ବ୍ଲକରୁ ଆସିଥିବା ଅନ୍ତଃନିବେସି ଶିକ୍ଷା ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ