ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବର୍ତ୍ତମାନ ପୃଥିବୀରେ ପାଣି ପାଗରେ ଯେଉଁ ପ୍ରକାର ପରିବର୍ତ୍ତନ ହେଇଛି ତାହାର କାରଣ ସମସ୍ତ ଙ୍କୁ ଅବଗତ ଥଲେ ସୁଦ୍ଧା ତାହାର ପ୍ରତିକାର ପାଇଁ କେହି ଚେଷ୍ଟିତ ନୁହନ୍ତି, କିନ୍ତୁ ବେଦ ପ୍ରଚାର ସମିତି ଭଞ୍ଜନଗର ଏହାକୁ ହୃଦୟଙ୍ଗମ କରି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ହାତକୁ ନେଇଛି।ଆଜି ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ଗ୍ରାମର ପ୍ରୀତମ କୁମାର ପ୍ରଧାନ କନ୍ୟା ତଥା ବେଦ ପ୍ରଚାର ସମିତି ର ସକ୍ରିୟ ସଭ୍ୟ ପତିତ ପ୍ରଧାନ ଙ୍କ ନାତୁଣୀ ଇକ୍ଷସିତା ଙ୍କ ପ୍ରଥମ ଜନ୍ମ ଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ସହ ବେଦ ପ୍ରଚାର ସମିତି ର ପ୍ରଚେଷ୍ଟା ରେ ୧୧ କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା,ସୂଚନାଯୋଗ୍ୟ ଯେ ଅଧୁନିକ ଯୁଗରେ ଲୋକେ ନିଜ ସନ୍ତାନ ତଥା ଆତ୍ମୀୟ ମାନଙ୍କ ଜନ୍ମ ଦିନ କେକ କାଟି ଜନ୍ମ ଦିନ ପାଳୁ ଥିବା ବେଳେ ବେଦ ପ୍ରଚାର ସମିତି ଯଜ୍ଞ ଓ ବୃକ୍ଷ ରୋପଣ କରି ଏହି ଜନ୍ମ ଦିନକୁ ପାଳନ କରିବାକୁ ଚେଷ୍ଟିତ ଅଛି।ଭଞ୍ଜନଗର ବେଦ ପ୍ରଚାର ସମିତି ଅନେକ ସମୟରେ ଏହିପରି ଯଜ୍ଞ ସବୁ ଆୟୋଜନ କରି ବହୁ ପ୍ରଶଂସା ପାଉଛି। ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ଓ ତଥା ବେଦ ପ୍ରଚାର ସମିତି ର କର୍ମ କର୍ତ୍ତା ଯୋଗଦେଇ ଥିଲେ | ବାଉଁଶଲୁଣ୍ଡି ର ସଞ୍ଜୟ ଜେନାଓ ଵିଷ୍ଣୁ ପ୍ରସାଦ ମୁନି ଙ୍କ ତତ୍ୱବାଧାନ ରେ ଏବଂ ପୌରହିତ୍ୟ ରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଲାଲ ମୋହନ ନାୟକ,ଶରତ ମହାନ୍ତି,ସୀମାଞ୍ଚଲ ପଟ୍ଟନାୟକ,ପ୍ରମୋଦ କୁମାର ମହାନ୍ତି,ଟୁନା ଜେନା, ବିଜୟ କୁମାର,ପ୍ରମୋଦ କୁମାର ମହାନ୍ତି,ଲିଙ୍ଗରାଜ ନାୟକ ,ପତିତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ଏହି ପୁଣ୍ୟ ଦିନରେ ଭଞ୍ଜନଗର ର ବେଦ ପ୍ରଚାର ସମିତି ସଭ୍ୟ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗକରିଥିଲେ ଓ ବହୁ ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରିଥିଲେ।