ପଞ୍ଜୀକୃତ କବି ସମ୍ରାଟ ମିଡ଼ିଆ କ୍ଲବର ପ୍ରତିଷ୍ଠା ଉତ୍ସବ ପାଳନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ପଞ୍ଜିକୃତ କବି ସମ୍ରାଟ ସାମ୍ୱାଦିକ ସଂଘର ପ୍ରତିଷ୍ଠା ଉତ୍ସବ ଭଞ୍ଜନଗର ଫରେଷ୍ଟ ବଙ୍ଗଳା ଠାରେ ଧୁମ ଧାମରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋୖରୀ ଶଙ୍କର ଶତପଥି ଓ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲୋକନାଥ କର, ରବିନ୍ଦ୍ର କୁମାର ପାତ୍ର, ବାବୁଲା ପ୍ରଧାନ, ରବୀନ୍ଦ୍ର ଗୌଡ଼, ସୁଶାନ୍ତ ସାହୁ ଯୋଗଦେଇ ଥିଲେ।କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନ ରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତା ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟ ପରିଚାଳନା କରିଥିଲେ।ସୂଚନାଯୋଗ୍ୟ ଯେ କବି ସମ୍ରାଟ ମିଡ଼ିଆ କ୍ଲବ ପଞ୍ଜିକୃତ ହେବା ସହ ସାମାଜିକ ସେବା କାର୍ଯ୍ୟରେ ଅହରହ ସେବା ଯୋଗାଇ ଦେଇ ଆସୁଛି। ଚାରା ରୋପଣ, ହେଉ ବା ରକ୍ତ ଦାନ ଶିବିର ଅଥବା ସମ୍ବାଦିକଙ୍କ ହକ ପାଇଁ ଲଢ଼ିବା, ଏପରିକି ପିଡୀତାଙ୍କ ନ୍ୟାୟ ପାଇଁ କ୍ୟାଣ୍ଡେଲ ରାଲି କରିବା, ଡାକ୍ତର ଖାନାରେ ଥିବା ରୋଗୀଙ୍କୁ ରକ୍ତ ଯୋଗାଇବା, ଜିଲ୍ଲା ଘୋଷଣା ହେଉ ବା ଭଞ୍ଜନଗରକୁ ପୌରପାଳିକା ଘୋଷଣା ଦାବି କରିବା ଓ ଭଞ୍ଜନଗର ଡାକ୍ତର ଖାନାକୁ ନିୟମିତ ଡାକ୍ତର ଯୋଗାଇବା ଆଦି କାର୍ଯ୍ୟ କ୍ରମ କରି ଆସିଛି।ଆଗାମୀ ଦିନରେ ସମ୍ବାଦିକ ମାନଙ୍କୁ କବି ସମ୍ରାଟ ମିଡ଼ିଆ କ୍ଲବ ବୀମା ଭୁକ୍ତ କରିବା ଯୋଜନା କରିଛି।ଆଜି ଏହି ପ୍ରତିଷ୍ଠା ଉତ୍ସବ ରେ ଭଞ୍ଜନଗର ସହର ସମସ୍ତ ସମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏହା ବ୍ୟତୀତ ଯେଉଁ ଖବର କାଗଜ ବିତରକ ବନ୍ଧୁ ମାନେ ଅଛନ୍ତି ସେମାନଙ୍କୁ ମାନ ପତ୍ର ଓ ଉପଢୌକନ ସହ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇଥିଲା।କବି ସମ୍ରାଟ ମିଡ଼ିଆ କ୍ଲବ ର ନବନିଯୁକ୍ତ କାର୍ଯ୍ୟକାରୀ ସଦସ୍ୟ ଓ ନୂତନ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା |