ସର୍ବଶ୍ରେଷ୍ଠ ଅଭିନେତାର ପୁରସ୍କାର ଗ୍ରହଣ କଲେ ଭିକି କୌଶଲ
ନୂଆଦିଲ୍ଲୀ- ସୋମବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କ।ର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଭେଙ୍କେୟା ନାଇଡୁି , ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସହ ଦାଦା ସାହେବ ଫାଲକେଙ୍କ ସହ ସମ୍ପର୍କୀୟ ଚନ୍ଦ୍ର ଶେଖର ଏହି କ।ର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆୟୁଷ୍ମାନ ଖୁରାନା , ଭିକି କୌଶଲଙ୍କୁ ଶ୍ରେଷ୍ଠଅଭିନେତାର ପୁରସ୍କାର ମିଳିଥିବାବେଳେ ବରିଷ୍ଠ ଅଭିନେତ୍ରୀଭାବେ ସୁରେଖା ସିକ୍ରି ପୁରସ୍କୃତ ହୋଇଛନ୍ତି । ତାଙ୍କୁ ବଧାଇ ହୋ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି । ସୁଚନାଯୋଗ୍ୟ , ଚଳିତ ବର୍ଷ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡପାଇଁ ମନୋନୀତ କରାଯାଇଥିବାବେଳେ ସେ ଆଜି ଅସୁସ୍ଥତା କାରଣରୁ ଆସିପାରିନଥିଲେ । ଏହିକ।ର୍ଯ୍ୟକ୍ରମରେ ଗୁଜୁରାଟୀ ଚଳଚ୍ଚିତ୍ର ହେଲାରୋକୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାର ଦିଆଯାଇଥିବାବେଳେ ଅନ୍ଧାଧୁନକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଏହା ସହ ଅନ୍ଧାଧୁନ ପାଇଁ ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଉରୀ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି ।