ଉଦ୍ଧୃତ୍ତି ସାହିତ୍ୟ ସଂସ୍କୃତି ସାମାଜିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୟଦେବ ବିହାର ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ସରକାରୀ ଉ:ପ୍ରା: ବିଦ୍ୟାଳୟ, ଆଇଆରସି ସେକ୍ଟର-୬ରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ୧୫୫ତମ ଓ ୧୨୨ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ, ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏକ ସାଧାରଣ ଜ୍ଞାନ ପରୀକ୍ଷାର ପ୍ରତିଯୋଗିତା କରାଯାଇ କୃତ୍ତି ଛାତ୍ରଛାତ୍ରୀଙ୍କୁ, ସମ୍ମାନ ପତ୍ର ସହିତ ପୁରସ୍କୃତ କରାଯାଇଥିଲା, ଓ ମିଳିତ ଭାବେ ରାମଧୁନ ଗାନ କରା ଯାଇଥିଲା, ଉଦ୍ଧୃତ୍ତିର ସଭାପତି ସାହିତ୍ୟିକା ସରୋଜିନୀ ମିଶ୍ର ସମ୍ପାଦକ ମହେଶ୍ୱର ଘଡ଼ାଇ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ଦାସ, କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ନୀତି ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଉପଦେଶ ଦେଇଥିଲେ.ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ