ଟିଲୋ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପଞ୍ଚାୟତ ପରିସର ସମେତ ଆଖପାଖ ଅଞ୍ଚଳକୁ ସଫେଇ କରାଯାଇଥିଲା । ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ପିଇଓ ସମୀକ୍ଷା ତ୍ରିପାଠୀ, ୱାର୍ଡ ସଭ୍ୟ ସୁଧାକର କଅଁର, ଅଜିତ ପଢିଆରୀ, ପୂର୍ଣ୍ଣଚନ୍ଦ୍ର ବାରିକ, ଯମୁନା ସାହୁ, ଧନେଶ୍ୱର ସାହୁ, ଭାରତୀ ଧଳ, ସୁବାସିନୀ ସେଠୀ, ଜବା ଟୁଡୁ, ଉମେଶ ପେଡା ଯୋଗ ଦେଇଥିଲେ । ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ପର୍ଶୁରାମ ସାହୁ, ରମାକାନ୍ତ ପାଣିଗ୍ରାହୀ, ସଞ୍ଜୟ ସାମଲ, ସୁଶାନ୍ତ ସାହୁ, ମାଧବାନନ୍ଦ ବିଶ୍ୱାଳ, ପ୍ରଦୀପ ପଢିଆରୀ, ଧନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ଜେନା, ମନୋଜ ଜେନା, ଦୋଳ ଗୋବିନ୍ଦ ସେଠୀ, ସୁରେନ୍ଦ୍ର ନାୟକ ସାମିଲ ଥିଲେ । ପରେ ଫେଲୋସିଫି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଫେଲୋସିଫିର ପ୍ରୋଗ୍ରାମ ମ୍ୟାନେଜର ସାବିତ୍ରୀ ବିଶ୍ୱାଳ, କାଉନସେଲର ଦିବ୍ୟ ରଞ୍ଜନ ସାହୁ ଯୋଗ ଦେଇଥିଲେ ।


