ପରିବେଶର ସୁରକ୍ଷା ପାଇଁ ଗଛ ଲଗାଯାଉଥିବା ବେଳେ ବିଦ୍ୟାଳୟରୁ କଟାଯାଉଛି ଗଛ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଛ କଟାକୁ ନେଇ ସ୍ଥାନୀୟ ଲୋକ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଉକ୍ତ ବିଦ୍ୟାଳୟ ପରିସରରେ ୧ଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ପଂଚବଟୀରେ ବର ଓ ଓସ୍ତ ଗଛ ରହିଛି। ହେଲେ ମଙ୍ଗଳବାର ବିଦ୍ୟାଳୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ ସ୍ୱାଇଁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭୟ ସ୍ୱାଇଁଙ୍କ ଉପସ୍ଥିତରେ ମେସିନ ମାଧ୍ୟମରେ ଗଛ ଡାଳ ସବୁ କଟାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଉପରୁ ଅନୁମତି ଆଣି କାଟୁଛୁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ବୃକ୍ଷର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ପ୍ରତି ବିଦ୍ୟାଳୟରେ ୟୁକୋ କ୍ଳବ ପାଇଁ ସରକାରୀ ସ୍ତରରୁ ଆର୍ôଥକ ସହାୟତା ପ୍ରଦାନ କରାଯାଉଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଗଛକଟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଅଭିଯୋଗକୁ କୃତିବାସ ନାୟକ, ସୀମାଂଚଳ ନାୟକ, ପିତବାସ ପାତ୍ର, ମାନସ ପାତ୍ର ଆଦିଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯାଇଛି। ଅଭିଯୋଗ ପାଇବା ପରେ ତହସିଲଦାର ଶୁବାଶିଷ ପରିଡା ଶିଖର ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରିବା ସହିତ ଗଛ ଡାଳ ଗୁଡିକୁ ଜବତ କରାଯାଇଥିବା ସୂଚନା ଦେଇଛନ୍ତି। ଏବିଷୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ ସ୍ୱାଇଁଙ୍କୁ ପଚାରିବାରେ ପ୍ରାର୍ଥନା କରିବା ସମୟରେ ପିଲାଙ୍କ ଦେହରେ ଡାଳ ବାଜୁଥିବାରୁ ଶିକ୍ଷା କମିଟିର ନିଷ୍ପତି କ୍ରମେ କଟାଯାଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ