ଡେରିକିରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ହେବା ପାଇଁ ଉଚ୍ଛେଦ ହେଲା ଜବରଦଖଲ ଜମି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଡେରିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ଶନିବାର ଜବରଦଖଲ ହୋଇଥିବା ଜମିକୁ ଉଚ୍ଛେଦ କରାଯାଇଛି । ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧୀନରେ ରହିଛି । ଦୀର୍ଘ ଦିନ ଧରି ଡେରିକି ମୌଜାର ଖାତା ନମ୍ବର-୬୫୮ରେ ରହିଥିବା ପ୍ଲଟର ଜମିକୁ ଜୈନିକ ବ୍ୟକ୍ତି ଜବରଦଖଲ କରି ରଖିଥିବାରୁ ଉକ୍ତ ଗୃହ ନିର୍ମାଣ କରାଯାଇ ପାରୁ ନଥିଲା । ଜବରଦଖଲ ଉଚ୍ଛେଦ ପାଇଁ ତହସିଲ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୬୯୯ ତା ୨୫ ସେପ୍ଟେମ୍ବର ୨୦୨୪ରେ ନୋଟିସ୍ କରାଯାଇଥିଲା । ଜବରଦଖଲ ଜମି ଉଛେଦ ହେବା ସମୟରେ ତହସିଲଦାର ଶୁବାଶିଷ ପରିଡା, ଥାନାଧିକାରୀ ସଂଘମିତ୍ରା ନାୟକଙ୍କ ସହିତ ଏସଆଇ ନିଳମଣୀ ନାୟକ, ରାଜସ୍ୱ ନିରୀକ୍ଷକ ରାକେଶ ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ର ଉପସ୍ଥିତ ଥିଲେ । ଉକ୍ତ ପ୍ଳଟକୁ ଅବରୋଧ ମୁକ୍ତ କରାଯାଇ ସ୍ଥାନ ଚିହ୍ନଟ କରାଯାଇ ସିମେଂଟ ଖୁଟ ପୋତା ଯାଇଛି । ପରେ ଏହି ସ୍ଥାନକୁ ତାର ଜାଲିରେ ଘେରା ଯିବ ବୋଲି ତହସିଲଦାର ପରିଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୨୯ରେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ତତ୍କାଳିନ ବିଧାୟକ ପ୍ରଶାନ୍ତ ମୁଦୁଲି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ