୧୯୮୨ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ନାଉଗାଁ ,(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟୁଣିଆର ୧୯୮୨ ମସିହା ମାଟ୍ରିକ ବ୍ୟାଚ୍ ଏକ ବନ୍ଧୁମିଳନ ଉତ୍ସବ ବୁଧବାର ନାଉଗାଁ ବ୍ଲକ ଛକସ୍ଥିତ ଆଶ୍ରା ଜରାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଦୀର୍ଘ ୪୪ ବର୍ଷ ପରେ ବନ୍ଧୁମାନେ କଣ୍ଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକାଠି ହୋଇ ହଜିଯାଇଥିବା ସ୍ମୃତିକୁ ମନେ ପକାଇଥିଲେ। ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନାଉଗାଁ ବ୍ଲକଛକସ୍ଥିତ ଜରାଶ୍ରମରେ ପାଳନ କରିବା ପାଇଁ ସ୍ଥିର କରିଥିଲେ। ଏହି ପରିପ୍ରକ୍ଷୀରେ ପୁରାତନ ଛାତ୍ର ତଥା ବନ୍ଧୁମାନେ ବୁଧବାର ଜରାଶ୍ରମରେ ଥିବା ଅନ୍ତେବାସୀମାନଙ୍କ ପାଖରେ ମଧ୍ୟାହ୍ନଭୋଜନ କରି ସେମାନଙ୍କ ସହିତ କିଛି ସମୟ ଭାବର ଆଦାନ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ଅଙ୍ଗଦ ସ୍ୱାଇଁ, ଅଜୟ ମହାନ୍ତି, ରବୀନ୍ଦ୍ରନାଥ ସ୍ୱାଇଁ , ସହଦେଵ ସାହୁ , ସୁଶାନ୍ତ କର, ପ୍ରଶାଦ କୁମାର ପରିଡା , ଗୌରାଙ୍ଗ ସାହୁ , ଅଶୋକ ସ୍ୱାଇଁ , ପ୍ରତାପ ସ୍ୱାଇଁ , ବିମ୍ବାଧର ମହାପାତ୍ର , ସୁରେଶ ସାହୁ, ଅଜୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


