ଇସ୍ରାଏଲ ବିରୋଧରେ ପାଲେଷ୍ଟାଇନର ଐକ୍ୟ ଏବଂ ସଂହତି ପାଇଁ ବାମପନ୍ଥୀ ଦଳ ମାନଙ୍କର ପ୍ରତିବାଦ
ଭୁବନେଶ୍ୱର,(ୱାଏନଏସ):୭/୧୦ଗାଜା ବିରୋଧ ରେ ଇସ୍ରାଏଲ ଗଣ ସଂହାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁଦ୍ଧର ଅବସାନ ପାଇଁ ଅକ୍ଟୋବର ୭ ବିଶ୍ଵବ୍ୟାପୀ” ପାଲେଷ୍ଟାଇନ ଐକ୍ୟ ଏବଂ ସଂହତି” ଦିବସ ପାଳନ ଅବସରରେ ଭୁବନେଶ୍ଵରରେ ବାମପନ୍ଥୀ ଦଳ ମାନଙ୍କର ପ୍ରତିବାଦ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇ ଯାଇଛି । ସିପିଆଇ, ସିପିଆଇ(ଏମ୍) ସିପିଆଇ-ଏମ୍ଏଲ(ଲିବରେସନ୍) ଏବଂ ଫରୱାର୍ଡ ବ୍ଲକ୍ ତରଫରୁ ଆୟୋଜିତ ଏହି ପ୍ରତିବାଦ ଧାରଣାରେ ସର୍ବଶ୍ରୀ ଅଳି କିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ସୁର ଜେନା, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା ପ୍ରମୁଖ ବାମପନ୍ଥୀ ନେତୃବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଆୟୋଜିତ ଏହି ପ୍ରତିବାଦ ଧାରଣା ରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ପାଣିଗ୍ରାହୀ, ବିଜୟ ଜେନା, ମହେନ୍ଦ୍ର ପରିଡ଼ା, ପ୍ରଦୀପ୍ତ ନାୟକ, ଦିଶା ଆଜାଦ୍, ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ନେତୃତ୍ବ ନେଇଥିଲେ।ଗାଜାରୁ ଇସ୍ରାଏଲର ଦଖଲ ହଟାଇବା, ଯୁଦ୍ଧ ବିଭୀଷିକାରୁ ପାଲେଷ୍ଟାଇନ କୁ ମୁକ୍ତ କରିବା, ଇସ୍ରାଏଲକୁ ଅସ୍ତ୍ର ଶସ୍ତ୍ର ଯୋଗାଣ ବନ୍ଦ କରିବା, ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ନରସଂହାର ବନ୍ଦ କରିବା, ଗାଜା ଯୁଦ୍ଧର ଅନ୍ତ ଏବଂ ପାଲେଷ୍ଟାଇନ ସହ “ଐକ୍ୟ ଓ ସଂହତି” ପାଇଁ ଏବଂ ମାନବତା ର ସୁରକ୍ଷା ପାଇଁ ଏକ ହେବା ନିମନ୍ତେ ଆହ୍ବାନ ଦିଆଯାଇଛି।