୭୫ବର୍ଷର ନିଳଗିରି କଚେରୀ ବଜାର ଦୁର୍ଗା ପୂଜା, ୪ଦିନ ଧରି ଭକ୍ତଙ୍କ ପାଇଁ ପ୍ରସାଦ ସେବନ

ନିଳଗିରି,(ୱାଏନଏସ):ବାଲେଶ୍ଵର ଜିଲ୍ଲାର ଗଡ଼ଜାତ ମାଟି ନିଳଗିରି କଚେରୀ ବଜାର ଦୁର୍ଗା ପୂଜା ବହୁ ପୁରାତନ। ରାଜା ରଜୁଡ଼ା ଅମଳରୁ ଏଠି ମା ଦୁର୍ଗାଙ୍କୁ ପୂଜା କରାଯାଉଥିବାର ଶୁଣିବାକୁ ମିଳୁଛି। ଜଙ୍ଗଲ ଘେରା ଆଦିବାସୀ ବହୁଳ ଅଞ୍ଚଳରେ ଏହି ଦୁର୍ଗା ପୂଜା ନିଆରା। ଦେବୀ ପୀଠରେ ଗୁରୁବାର ଦିନ ଅଷ୍ଟମୀ ପୂଜା ପାଳନ କରାଯାଉଥିବା ବେଳେ ମଣ୍ଡପ ଗୁଡିକରେ ତା ପର ଦିନ ଅଷ୍ଟମୀ ପୂଜା ପାଳନ କରନ୍ତି। କଚେରୀ ବଜାର ଦୁର୍ଗା ପୂଜା କମିଟି ବହୁ ପୁରାତନ ଅନୁଷ୍ଠାନ ଭାବେ ବାଲେଶ୍ଵର ଜିଲ୍ଲାରେ ସ୍ଥାନ ପାଇଛି। ସପ୍ତମୀ ଦିନ ଠାରୁ ମା ଦୁର୍ଗାଙ୍କୁ ଆଡମ୍ବର ପୂର୍ଣ୍ଣ ଭାବେ ରୀତି ନୀତି ଅନୁସାରେ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ପ୍ରଥମେ ଏଠିକାର ବହୁ କମ୍ ଦୋକାନୀ ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ କରିଥିଲେ। ସେମାନେ ଆଜି ନାହାନ୍ତି ସତ ହେଲେ ସେମାନଙ୍କର ପରମ୍ପରାକୁ ବଜାଇ ରଖିଛନ୍ତି ନୀଳଗିରିର ଉଦୀୟ ମାନ ଦୁର୍ଗା ଭକ୍ତ ମନୋରଞ୍ଜନ ବିଶ୍ଵାଳ ଓରଫ୍ ମନୁ ଭାଇ। ଆଜକୁ ୫୫ବର୍ଷ ଧରି ମନୁ ଭାଇ ଦୁର୍ଗା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଏକ କରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ମା ଦୁର୍ଗାଙ୍କ ପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ବହୁ ଉଚ୍ଚ ତୋରଣ ସାଂଗକୁ ଆଲୋକର ଆଲୋକ ମାଳାରେ ଝଲସି ଉଠୁଛି ଦୁର୍ଗା ମଣ୍ଡପ। ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିଥାଏ। କମିଟିର ସଭାପତି ମନୋରଂଜନ ବିଶ୍ଵାଳ ଏଠିକାର ଦୁର୍ଗା ପୂଜା ବହୁ ପୁରାତନ, ଏହାର ଗୋଲ୍ଡେନ୍ ଜୁବୁଲି ମଧ୍ୟ ଦୀର୍ଘ ୧୦ଦିନ ଧରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ପ୍ରତି ବର୍ଷ ସପ୍ତମୀ ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ପାଖାପାଖି ଏକ ହଜାର ରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥାଏ ବୋଲି ପ୍ରକାଶ କରିଛନ୍ତି। ମା ଙ୍କ କୃପାରୁ ଅତି ସହଜରେ ପୂଜା ପାଳନ କରାଯାଉଥିବାର ପ୍ରକାଶ କରିଛନ୍ତି। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବଞ୍ଚିଥିବା ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ପୂଜା କରିବି ବୋଲି କମିଟିର ସଭାପତି ମନୋରଂଜନ ବିଶ୍ଵାଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ