ନବରାତ୍ରରେ ଖୋଲେ ମାଁ ଦାଣ୍ଡୁମାରାମାଙ୍କ ମନ୍ଦିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଜଗତରେ ଏକ ବିରଳ, ଭିନ୍ନ ଓ ସ୍ଵତନ୍ତ୍ର ପରମ୍ପରାର ଏକ ଦୁର୍ଗା ମନ୍ଦିର ରହିଛି । ଯେଉଁ ମନ୍ଦିର ବର୍ଷକୁ କେବଳ ୯ ଦିନ ମାତ୍ର ଖୋଲା ହୁଏ । ଏହି ୯ ଦିନରେ ହିଁ ମାଁ ଏଠାରେ ପୂଜା ପାଆନ୍ତି । ବର୍ଷସାରା ଏହି ମନ୍ଦିରରେ ତାଲା ଝୁଲିଥାଏ। ପାରଳାଖେମୁଣ୍ଡି ସହରର ମୁଖ୍ୟ ଡାକ୍ତରଖାନାକୁ ଯିବା ମୁଖ୍ୟରାସ୍ତାରେ ଏହି ମନ୍ଦିରଟି ରହିଛି । ମନ୍ଦିରର ନାମ ଶ୍ରୀ ଶ୍ରୀ ଶ୍ରୀ ଦାଶୁମାରାମା ମାଁ ମନ୍ଦିର । ଏହି ମନ୍ଦିରଟି ଅତି ପ୍ରାଚୀନ । ପାରଳା ରାଜ ପରିବାର ତରଫରୁ ଏହି ମନ୍ଦିରଟି ପୂରାତନ କାଳରେ ନିର୍ମିତ ହୋଇଥିଲା । ମନ୍ଦିରରେ ମାଁ ଦୁର୍ଗା ଦାଣୁଗାରାମା ନାମରେ ପୂଜିତ ହୋଇ ଆସୁଛନ୍ତି । ଏହି ମନ୍ଦିର ନିର୍ମାଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ କେବଳ ମାଁ ଦୂର୍ଗାଙ୍କ ନବରାତ୍ର ୯ ଦିନରେ ହିଁ ଏହି ମନ୍ଦିର ଖୋଲାଯାଏ ଏବଂ ମାଁ ଏଠାରେ କେବଳ ୯ ଦିନ ପାଇଁ ପୂଜା ପାଇଥାନ୍ତି । ଏହି ୯ ଦିନକୁ ଛାଡି ଦେଲେ ବର୍ଷସାରା ଏହି ମନ୍ଦିରକୁ ବନ୍ଦ କରି ଦିଆଯାଏ । ଏଥିସହ ୯ ଦିନକୁ ଛାଡିଦେଲେ ବର୍ଷ ସାରା ମନ୍ଦିର ସମ୍ମୁଖରେ ଥିବା ନିମ ଗଛଠାରେ ମାଁଙ୍କ ପୂଜାପାଠ କରାଯାଏ । ଗତ ୩ତାରିଖ ରାତ୍ରରେ ଶଙ୍ଖ, ହୁଳହୁଳୀ ଓ ବିଭିନ୍ନ ବାଦ୍ୟ ବଳାଇ ଏହି ମନ୍ଦିରର କବାଟ ଖୋଲାଯାଇ ନବରାତ୍ର ପୂଜା ଆରମ୍ଭ ଅବସରରେ ମାଁଙ୍କ ମନ୍ଦିରର ଦ୍ୱାର ଖୋଲାଯାଇ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ନବରାତ୍ର ୯ ଦିନ ଏଠାରେ ଅତ୍ୟନ୍ତ ଜାକଜମକରେ ମାଁଙ୍କୁ ପୂଜାପାଠ କରାଯାଏ । ପୁରାତନ କାଳରେ ପାରଳା ରାଜାଙ୍କ ଶାସନ ସମୟରେ ବର୍ଷକୁ ଥରେ ମନ୍ଦିର ଖୋଲାଯାଇ ବଳୀ ଦେଇ ପୂଜା ଆରମ୍ଭ କରାଯାଇଥୁଲା I ପୁଣି ଶେଷ ଦିନରେ ଅନ୍ୟ ଏକ ପଶୁକୁ ବଳୀ ଦେଇ ମନ୍ଦିରକୁ ବନ୍ଦ କରାଯାଉଥିଲା । ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସୀନ୍ଦାଙ୍କ ଦ୍ଵାରା ଏହି ମନ୍ଦିର ବର୍ତ୍ତମାନ ପରିଚାଳନା ହେଉଛି । ପାରକା ସହରର ଜନସାଧାରଣଙ୍କ ବିଭିନ୍ନ ଅର୍ଥିକ ସହାୟତାରେ ଏହି ମନ୍ଦିର ଠାରେ ବର୍ତ୍ତମାନ ଅତ୍ୟନ୍ତ ଜାକଜମକରେ ମାଁଙ୍କ ନବରାତ୍ର ପାଳନ ଓ ପୂଜାର୍କାନା ଚାଲୁ ରହିଛି । ବର୍ତ୍ତମାନ ଏଠାରେ ନବରାତ୍ର ଆରମ୍ଭ ଦିନ ଓ ଶେଷ ଦିନରେ ପୂର୍ବ ଭଳି ଆଉ ବଳୀ ଦିଆଯାଇ ନାହିଁ । ମନ୍ଦିରର ପୂଜକ ପି.ରାମାରାଓ ଦାଶୁଗାରାମା ମାଁ ମନ୍ଦିର ପୂଜା କମିଟିର ସଭାପତି କେ, ସତିଶ କୁମାର, ସଂପାଦକ ଜି. ଆନନ୍ଦ ପ୍ରମୁଖ କହିଛନ୍ତି, ଆମ ଦାଣ୍ଡୁ ମାଲାସାହିର ବାସୀନ୍ଦାମାନେ ମାଁଙ୍କୁ ନବରାତ୍ର ପୂଜାରେ ୯ ଦିନ ପର୍ଯ୍ୟନ୍ତ ନିଜ ଘରୁ କ୍ଷୀରି, ଖେଚୋଡି ଏବଂ ନିରାମିଷ ପ୍ରସାଦ ଆଦି ତିଆରି କରି ଆଣି ଭୋଗ ଲଗାଇ ଥାନ୍ତି । ଦାଶୁମାରାମା ମାଁଙ୍କୁ ଦର୍ଶନ କରିଲେ ସର୍ବ ମଙ୍ଗଳ ପ୍ରାପ୍ତି ହେବା ସହ ଦୂରାରୋଗ୍ୟ ଓ ସମସ୍ତ କ୍ଳେଶ ଦୂର ହୁଏ। ଏହି ମନ୍ଦିରରେ ମାଁଙ୍କ ପ୍ରତିମୂର୍ତି ପଛରେ ଏକ ସାପବିନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ