ବାତ୍ୟା ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟୀତ୍ୱ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାତ୍ୟା ‘ଦାନା’ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ ପ୍ରଦାନ ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ନିଯୁକ୍ତି ପ୍ରଦାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ପୁରୀ ଓ ଜଗତସିଂହପୁର ଭଳି ଅନ୍ୟ ୫ଟି ଜିଲ୍ଲା ନିମନ୍ତେ ଜଣେ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏକ ନିର୍ଦେଶନାମା ଜାରି କରିଛନ୍ତି । ସମସ୍ତ ଅଧିକାରୀମାନଙ୍କୁ ଆସନ୍ତା ୨୩ତାରିଖ ସକାଳ ସୁଦ୍ଧା ସଂପୃକ୍ତ ଜିଲ୍ଲା ସଦର ମହକୁମାରେ ନିଶ୍ଚିନ୍ତ ଭାବେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ପାଇଁ ୨୨ତାରିଖ ଠାରୁ ବାତ୍ୟା ପ୍ରସ୍ତୁତି, ବାତ୍ୟା ପରବର୍ତ୍ତୀ ପଦକ୍ଷେପକୁ ତଦାରଖ ଓ ସମୀକ୍ଷା କରିବା ନିମନ୍ତେ ବରିଷ୍ଠ ଅଧିକାରୀ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ସୈାରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ବିଭାଗ ପକ୍ଷରୁ ନିର୍ଦେଶକ ପୈାର ପ୍ରଶାସନଙ୍କ ଦ୍ୱାରା ଏକ ନିର୍ଦେଶନାମା ଆଜି ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ