ଶ୍ରୀ ଜଗନ୍ନାଥଙ୍କ ପୋଢ଼ୁଆଁ ଭାର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ): ପ୍ରାଚୀ ଉପତ୍ୟକା ମାଧବ ଗ୍ରାମର ମାଧବାନନ୍ଦ ଜିୟୁ ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ଭାବେ ଲୋକ କଥା ଓ କିମ୍ବଦନ୍ତୀ ରହିଛି। ମାଧବ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଭଣଜା ଜଗତର ନାଥ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ପୋଢ଼ୁଆଁ କରିବା ପାଇଁ ପୋଢୁଆଁ ଭାର ଯିବା ଉଦ୍ଦେଶ୍ୟରେ ମାଧବାନନ୍ଦ ମନ୍ଦିର ସଭାମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହେବାକୁ ଥିବା ପୋଢୁଆଁ ପାଇ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ଗ୍ରାମର ମାଧବାନନ୍ଦ ମନ୍ଦିରରୁ ଅଷ୍ଟମୀ ତିଥି ପୂର୍ବ ଦିନ ସପ୍ତମୀ ତିଥିରେ ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ବିରାଟ ଶୋଭାଯାତ୍ରାରେ ୧୦ ଭାର ନେଇ ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀକୁ ଯିବ ।ଏହି ପୋଢୁଆଁ ଭାର କିଭଳି ଶାନ୍ତି ଶୃଙ୍ଖଳା ସହିତ ଯିବ ସେ ସମ୍ପର୍କ ରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।ଏହି ପୋଢୁଆଁ ଭାର ଯିବା ସମୟରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ , ଆଇନଜିବୀ ରଞ୍ଜିତ କୁମାର ସାହୁ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ଆର୍ତ୍ତବନ୍ଧୁ ସେନାପତି, ଲଷ୍ମୀଧର ବେହେରାଙ୍କ ସହିତ ମନ୍ଦିର ସେବାୟତ ତ୍ରିଲୋଚନ ପୁଷ୍ପାଳକ, ଜ୍ୟୋତି ଶଙ୍କର ପୁଷ୍ପାଳକ, ଭାସ୍କର ପୁଷ୍ପାଳକ, କୃଷ୍ଣଚନ୍ଦ୍ର ପୁଷ୍ପାଳକ, ଅଶୋକ ପୁଷ୍ପାଳକ ଓ ବହୁ ଜଗନ୍ନାଥ ପ୍ରେମୀ, ଯାଦବ ସଙ୍ଗଠନର କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଓ ସେବକ ସଙ୍ଗଠନର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ