ପୁଲିସ ମାଡ଼ରେ ଭିନ୍ନକ୍ଷମ ଯୁବକ ଗୁରୁତର ବ୍ରହ୍ମପୁର ପୁଲିସ ମାଡ଼ରେ ଭିନ୍ନକ୍ଷମ ଯୁବକ ଗୁରୁତର
ବ୍ରହ୍ମପୁର,(ଅନିଲ କୁମାର):ଯାଞ୍ଚ ବେଳେ ପୁଲିସ ଲାଠି ମାଡ଼ରେ ଜଣେ ଭିନ୍ନକ୍ଷମ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୋପାଳପୁର ସମୁଦ୍ର ବେଳାଭୂମି କୁ ବୁଲିବାକୁ ଆସିଥିବା ୟୁଗେନ ସେର୍ପା ଗୁରୁତର ଅବସ୍ଥାରେ ଏମକେସିଜି ରେ ଭର୍ତ୍ତି ହୋଇଛନ୍ତି l ଏଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥି । ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ୱାଗେନ୍ ଆଜି ସନ୍ଧ୍ୟାରେ ୬ ଜଣ ସାଙ୍ଗ ମାନଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। ବୁଲାବୁଲି କରି ଘରକୁ ଫେରିବା ବେଳେ ଗୋପାଳପୁର ପ୍ରବେଶ ପଥ ଷଣ୍ଢ ଛକ ଠାରେ ପୁଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ ସହ ହେଲେମେଟ ଚେଙ୍କି କରାଯାଉଥିଲା। ଥାନାର ଏଏସ୍ଆଇ ଲିସା ସେଠୀଙ୍କ ନେତୃତ୍ବରେ ଏକାଧିକ ପୁଲିସ କର୍ମଚାରୀ ନିଯୋଜିତ ଥିଲେ | ଏହି ସମଯରେ ୱାଗେନ୍ ମଟରସାଇକେଲକୁ ପୁଲିସ ଅଟକାଇଥିଲା କିନ୍ତୁ ସେ ଭୟରେ ସେଠାରୁ ଖସି ଯିବାକୁ ଉଦ୍ୟମ କରିବା ବେଳେ ଡ୍ୟୁଟିରେ ନିୟୋଜିତ ଜଣେ କନେଷ୍ଟବଳ ଧରିଥିବା ଲାଠି(ପ୍ଲାଷ୍ଟିକ ପାଇପ)ରେ ବାଡ଼େଇବାକୁ ଚେଷ୍ଟା କରିଥିଲେ। ଲାଠିଟି ତାଙ୍କ ମୁଣ୍ଡରେ ବାଜିବାରୁ ସେ ଆହାତ ହେବା ସହ ଦୁର୍ଘଟଣାର ଶିକାର ହେଇ ରାସ୍ତାରେ କଚାଡ଼ି ହୋଇ ପଡିଯାଇଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ ବୋଲି ଘଟଣା ସ୍ଥଳରୁ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ୱାଗେନ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ l ଅନ୍ୟ ସାଙ୍ଗମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିବା ସୂଚନା । ୱାଗେନ୍ ସିକ୍କିମର ମୂଳ ବାସିନ୍ଦା ଓ ଜଣେ ଭିନ୍ନକ୍ଷମ ଯୁବକ | ସେ ନିଜ ବାମ ଗୋଡ଼ରେ କୃତ୍ରିମ ଅଙ୍ଗ ଲଗାଇଛନ୍ତି । ବାଲୁଗାଁ ରେ ସେ ଏକ ମୋମୋ ଦୋକାନ କରିଥିବା ଜଣାପଡ଼ିଛି। ଅତିରିକ୍ତ ଏସପି ରମେଶ ସେଠି, ସଦର ଏସଡିପିଓ ସୃଭାଂଶୁ ଶେଖର ପରିଡ଼ା, ଗୋପାଳପୁର ଆଇଆଇସି ଏମକେସିଜି ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି l