ମାକ୍ସିସ୍ ପକ୍ଷରୁ ଭୁବନେଶ୍ୱରରେ ବିତରକ ସମ୍ମିଳନୀ
ଅଗ୍ରଣୀ ପ୍ରିମିୟମ୍ ଟାୟାର ନିର୍ମାତା ମାକ୍ସିସ୍ ଗ୍ରୁପ୍ ପକ୍ଷରୁ ଭୁବନେଶ୍ୱରରେ ଏକ ବିତରକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ୫୫ ବିତରକ ଯୋଗଦେଇଥିଲେ । ସମ୍ମିଳନୀରେ କମ୍ପାନୀର ଅଭିବୃଦ୍ଧି ତଥା ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ମାକ୍ସିସ୍ ଇଣ୍ଡିଆର ରିଟେଲ୍ ସେଲସ୍ ମୁଖ୍ୟ ବିଙ୍ଗ୍-ଲିନ୍ ୱୁ କହିଲେ, “ଓଡ଼ିଶାରେ ଆମେ ଗତ ବର୍ଷ ଆମର ପ୍ରଥମ ବିତରକ ନିଯୁକ୍ତ କରିଥିଲୁ । ଇତିମଧ୍ୟରେ ରାଜ୍ୟରେ ଆମେ ଆମ ବ୍ରାଣ୍ଡ୍ର ପରିଚିତି ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛୁ । ଦେଶର ପୂର୍ବକ୍ଷେତ୍ରରେ ଆମର ସ୍ଥିତି ବେଶ୍ ସୁଦୃଢ଼ ହେବାରେ ଲାଗିଛି । ଭାରତ ପ୍ରମୁଖ ଦୁଇ ଚକିଆ ଟାୟାର କମ୍ପାନୀ ଭାବେ ଆମେ ନିଚର ସ୍ୱତନ୍ତ୍ରତା ଜାହିର୍ କରିବା ପାଇଁ ପ୍ରୟାସ ଜାରି ରଖିଛୁ । ଓଡ଼ିଶାରେ ଆମର ପ୍ରାୟ ୬୦ ଜଣ ଡିଲର ରହିଛନ୍ତି । ଏହି ଅବସରରେ ଭାରତ ମୋଟରର୍ସର ଓଡ଼ିଶାରେ ଅବସ୍ଥାପିତ ମାକ୍ସିସ୍ ବିତରକ ଆଦିତ୍ୟ ବିକ୍ରମ ଦିଦ୍ୱାନୀ କମ୍ପାନୀର ଲାଟେଷ୍ଟ ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ସହିତ ମାକ୍ସି ୨ ଚକିଆ ଟାୟାର ପକ୍ଷରୁ ଦିଆଯାଉଥିବା ଶ୍ରେଷ୍ଠତମ ୫+୧ ୱାରେଂଟି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମାକ୍ସିସ୍ ଇଣ୍ଡିଆର ସହକାରୀ ଉପସଭାପତି ପୋ-ୟୁ(ଜେରେମି) ହାସୁୁ କହିଲେ, “ ବିଶ୍ୱବ୍ୟାପି ମାକ୍ସିସ୍ ଟାୟାର ନିଜର ଗୁଣବତା ତଥା ଗ୍ରାହକ ସେବା ପାଇଁ ଶ୍ରେଷ୍ଠତ୍ୱ ହାସଲ କରିପାରିଛି । ଭାରତ ଏକ ବିକଶିତ ଆର୍ଥିକ କ୍ଷେତ୍ର ଭାବେ ଉଭା ହୋଇଛି । ଏପରିସ୍ଥଳେ ଆମେ ବିଶ୍ୱସ୍ତରୀୟ ଉତ୍ପାଦ ଏବଂ ସେବା ଯୋଗାଇବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛୁ । ଏହି ସମ୍ମିଳନୀରେ ଆମେ କମ୍ପାନୀ ଉପରେ ଥିବା ଗ୍ରାହକଙ୍କ ବିଶ୍ୱାସନୀୟତା ସମ୍ପର୍କରେ ଆମର ବିତରକ ଅଂଶୀଦାରଙ୍କଠାରୁ ଅବଗତ ହୋଇ ପାରିଛୁ । ଏଭଳି ସମ୍ମିଳନୀ ଦ୍ୱାରା ମାକ୍ସିସ୍ ଗ୍ରାକଙ୍କ ମଧ୍ୟରେ ନିଜର ପରିଚିତି ସମ୍ପର୍କରେ ବେଶ୍ ଅବଗତ ହୋଇପାରିଛି । ଇତିମଧ୍ୟରେ ଦେଶରେ ଏଭଳି ୨୦ରୁ ଅଧିକ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି । ମାକ୍ସିସ୍ ଗ୍ରୁପ୍ ୨୦୧୮ ମାର୍ଚ୍ଚରେ ଗୁଜୁରାଟ ସାନନ୍ଦରେ ଏହାର ପ୍ରଥମ ନିର୍ମାଣ ସୁବିଧା ସ୍ଥାପିତ କରିଥିଲା । ଗତ ୫ବର୍ଷ ମଧ୍ୟରେ କମ୍ପାନୀ ଭାରତର ଦଉିଚକିଆ ଯାନ ଟାୟାର ମଧ୍ୟରେ୧୫% ମାର୍କେଟ ଶେୟାର ହାସଲ କରିବାକୁ ସକ୍ଷମ ହୋଇଛି । ୨୦୧୫ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ୫ଟି ଟାୟାର କମ୍ପାନୀ ମଧ୍ୟରେ ସ୍ଥାନ ହାସଲ ପାଇଁ ମାକ୍ସିସ୍ ଉଦ୍ୟମ ଅବ୍ୟାହତ ରଖିଛି । ଏହା ସହିତ କମ୍ାପନୀ ପକ୍ଷରୁ ୫ ନୂଆ ପ୍ଲାଂଟ୍ ସ୍ଥାପନ କରିବାର ଯୋଜନା ରଖିଛି । ୪ ଚକିଆ ଯାନ ଯାୟାର ବଜାରରେ ପ୍ରବେଶ କରିବା ପାଇଁ କମ୍ପାନୀ ପ୍ରସ୍ତୁତତି ଆରମ୍ଭ କରିଛି ।


