ସିପିଆଇ ପକ୍ଷରୁ ସମାଜବାଦୀ ଋଷ ବିପ୍ଳବର ସ୍ମାରକୀ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱରେ ସମାଜବାଦୀ ପ୍ରଥମ ରାଷ୍ଟ୍ର ପ୍ରତିଷ୍ଠାରେ ଋଷିଆର ନଭେମ୍ବର ୭ ତାରିଖ ବିପ୍ଳବକୁ ସ୍ମରଣ କରି ପ୍ରତିବର୍ଷ ଭଳି ଚଳିତବର୍ଷ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା । ଚାନ୍ଦିପୁର ଶାଖା କମିଟି ପକ୍ଷରୁ ସାଥୀ ସୁହାଗୀ ମାଝି ପାର୍ଟିର ପତାକା ଉତ୍ତୋଳନ କରିଥିଲେ । ଉତ୍କଳ ମହିଳା ସମିତିର ନେତ୍ରୀ ବନ୍ଦନା ପାତ୍ରଙ୍କ ସମେତ ବାସନ୍ତୀ ହେମ୍ବ୍ରମ୍‌, ଜତିନ୍ ପାତ୍ର, ଲକ୍ଷ୍ମୀ ଟୁଡୁ ଓ ଆରତୀ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ସହର ଅଞ୍ଚଳ କମିଟି ପକ୍ଷରୁ ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ଅଫିସ୍ ନିକଟରେ ସାଥୀ ଆଶୁତୋଷ ପରିଡ଼ା ପତାକା ଉତ୍ତୋଳନ କରିଥିଲେ । ସାଥୀ ଶ୍ୟାମସୁନ୍ଦର ଜେନା, ଭରତ ଚନ୍ଦ୍ର ସେଠୀ, ମନ୍ମଥ ପରିଡ଼ା, ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ହିଡ଼ିଗାଁ କମିଟି ପକ୍ଷରୁ ପାର୍ଟିର ପତାକାକୁ ସାଥୀ ବିଜୟ ମାଝୀ ଉତ୍ତୋଳନ କରିଥିଲେ । ସାଥୀ ତପନ ସିଟ୍‌, ଜୟନ୍ତ ଦାସ, କମଳାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ସଦର ଅଞ୍ଚଳ କମିଟି ପକ୍ଷରୁ ଅପରାହ୍ନରେ ପରମିଟ୍‌ଘାଟ ପାଶ୍ୱର୍ରେ ସାଥୀ ଆଲୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଋଷ ବିପ୍ଳବର ଐତିହାସିକ ଘଟଣାବଳୀ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଆସନ୍ତା ୨୦୨୫ ମସିହା ଡିସେମ୍ବର ୨୬ ତାରିଖ ଦିନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାର ଶତବାର୍ଷିକ ସମଗ୍ର ଦେଶରେ ପାଳନ କରାଯିବ । ତେଣୁ ଆସନ୍ତା ଡିସେମ୍ବରରୁ ୨୬ ତାରିଖରେ ଶତବାର୍ଷିକ ଉତ୍ସବ ପାଳନ ପାଇଁ ବର୍ଷତମାମ୍ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ପାର୍ଟିର ସଦସ୍ୟ ସଂଖ୍ୟା ବୃଦ୍ଧି ସହ ଶତବାର୍ଷିକ ପାଳନ ପାଇଁ ସାଥୀମାନେ ଏବେଠାରୁ ଉଦ୍ୟମ କରିବାକୁ ଅଞ୍ଚଳ କମିଟି ସଂପାଦକ ଜତିନ୍ ପାତ୍ର ପରାମର୍ଶ ଦେଇଥିଲେ । ସାଥୀ ଜୟନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ