ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯
କଟକ- ଫେବ୍ରୁଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ କ।ର୍ଯ୍ୟ।ଳୟ ପକ୍ଷରୁ ଜଣାପଡିଛି । ଏଥର ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ୨ ତାରିଖରେ ଶେଷ ହେବ। ପରୀକ୍ଷାର ପ୍ରଥମ ଦିନରେ ଓଡିଆ, ୨୨ ତାରିଖରେ ଇଂରାଜୀ ଏବଂ ୨୪ ତାରିଖରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ସେହିପରି ଫେବ୍ରୁଆରୀ ୨୬ ତାରିଖରେ ଗଣିତ, ୨୮ ତାରିଖରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୧ ତାରିଖରେ ପ୍ରାକ୍ଟିକାଲ ଏବଂ ଶେଷରେ ମାର୍ଚ୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷାର ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ମିନିଟ୍ ପର୍ୟ୍ୟନ୍ତ ଚାଲିବ।


