ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ

କଟକ, (ଓ୍ବାଇଏନଏସ): ଗଣେଶ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ । ପୋଲିସକୁ ଆକ୍ରମଣ କରି ୬ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଗୁଣ୍ଡର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଡିଜେ ବଜାଇ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଭସାଣି ଯାତ୍ରା ଚାଲିଥିଲା। ଏହି ସମୟରେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲା । ଭସାଣିରେ ସାମିଲ ଥିବା ଯୁବକମାନେ ପୋଲିସକୁ ଆକ୍ରମଣ କରିଥିଲେ। ଯେଉଁଥିରେ ପୋଲିସ କର୍ମଚାରୀ ବିଶ୍ୱଜିତ୍ ବାଘ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଗୋଡ ଆଦି ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହେବା ସହ କ୍ଷତାକ୍ତ ହୋଇଯାଇଛି । ଖବର ପାଇ ନିଆଳି ପୋଲିସର ଅନ୍ୟ କର୍ମଚାରୀ, ଓଲଟପୁର ପୋଲିସ ଓ ଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ। ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ପୋଲିସ ନିଜ ପକ୍ଷରୁ ଏଫଆଇଆର ରୁଜୁ କରିବା ସହ ୮୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଗୁଣ୍ଡର ଗ୍ରାମ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇଯାଇଛି। ଗଣେଶ ପୂଜା ପୂର୍ବରୁ ଶାନ୍ତି କମିଟି କରାଯାଇ ଡିଜେ ଓ ମଦ୍ୟପାନ ନିଷେଧ କରାଯାଇଥିଲା। କିନ୍ତୁ ତାକୁ ଅମାନ୍ୟ କରି ଗୁଣ୍ଡରରେ ଏପରି ଘଟଣା ଘଟିଛି। ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ