ଗଞ୍ଜାମ ଆଚଂଳିକ ପରିବହନ ବିଭାଗ ପକ୍ଷରୁ କାରମେଲ ସ୍କୁଲରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲାରେ ଦୈନିକ ସଡକ ଦୃର୍ଘଟଣା ପାଇଁ ବହୁ ଲୋକ ଆହତ ଓ ମୃତ୍ୟୁ ହୋଇଥାଏ । ବିଶେଷ କରି ବେପାରୁଆ ଗାଡି ଚାଳନ ଯୋଗୁଁ ଏହି ସବୁ ଘଟିଥାଏ । ଏହାକୁ ରୋକିବା ଏକ ମାତ୍ର ମାଧ୍ୟମ ହେଉଛି ସଚେତନତା । ଏନେଇ ଗଞ୍ଜାମ ଆଚଂଳିକ ପରିବହନ ବିଭାଗ ପକ୍ଷରୁ ଆରଟିଓ ମାନସ ରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଏମଭିଆଇ ରବିନ୍ଦ୍ର ନାଥ ଜେନା ଛତ୍ରପୁର କାରମେଲ ସିନିୟର ସେକୋରୀ ସ୍କୁଲ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍କୁଲ ପିଲାମାନଙ୍କ ନିୟୋଜିତ ହୋଇଥିବା ଗାଡି ଚାଳକ ମାନଙ୍କୁ ସଚେତନତା କରାଯାଇଥିଲା । ଗାଡି ଚାଳଇବା ବେଳେ ସିଟ ବେଲଟ ବ୍ୟବହାର, ମୋବାଇଲ ଫୋନ ବ୍ୟବହାର ମନା, ଗାଡିର ଫିଟନେସ ଠିକ ରଖିବା, ମଦ୍ୟପାନ କରି ଗାଡି ନଚଳାଇବା, ବସରେ ଫାଷ୍ଟ ଏଡବକ୍ସ ରଖିବା ଉପରେ ବୁଝାଇଥିଲେ । ପରେ ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନତା କରାଇଥିଲେ । ନାବଳକ ମାନେ ଗାଡି ଚାଳଇବା ମନା । ପରେ ଭିଡିଓ ମାଧ୍ୟମରେ ସଡକ ସୁରକ୍ଷା ଓ ନିୟମ ଉପରେ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ପିଲାମାନେ ସଡକ ସୁରକ୍ଷା ସଚେତନତା ବାର୍ତା ସେମାନଙ୍କ ପରିବାର ବର୍ଗକୁ ମଧ୍ୟ କରେଇବାକୁ ଏମଭିଆଇ କହିଥିଲେ । ଗଞ୍ଜାମ ଆଚଂଳିକ ପରିବହନ ବିଭାଗ ପକ୍ଷରୁ ପିଲାମାନଙ୍କୁ ସଡକ ସୁରକ୍ଷା ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଏମଭିଆଇ ରବିନ୍ଦ୍ର ନାଥ ଜେନା ପୁରସ୍କୃତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ଡୋରେଟଙ୍କ ସମେତ ସ୍କୁଲ ଗାଡି ଚାଳକ, ଛାତ୍ର/ଛାତ୍ରୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉକି ଗଞ୍ଜାମ ଜିଲାରେ ଜାନୁଆରୀ ରୁ ସେପ୍ଟମ୍ବର ମାସ ସୁଦ୍ଧା ୬୧୯ ଟି ସଡକ ଦୃର୍ଘଟଣା ଘଟି ୩୦୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨୧ ଜଣ ଆହତ ହୋଇଥିବା ଗଞ୍ଜାମ ଆଚଂଳିକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ