ଆସିକାରେ ବ୍ଳକସ୍ତରୀୟ “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓସେପା ଓ ସମଗ୍ର ଶିକ୍ଷା ଗଂଜାମର ମିଳିତ ସହଯୋଗରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଠରର ଚିନିଶିଳ୍ପ ନୁଆଗାଁ ସ୍ଥିତ ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିବସୀୟ ବ୍ଳକସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉତ୍ତ ବିଦ୍ୟାଳୟର ୩୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ଜଣାପଡିଛି । ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣ ସଂକ୍ରାନ୍ତିୟ ଏହି ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିରରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ପଣ୍ଡା, ମାଷ୍ଟର ଟ୍ରେନର୍ ରବିନ୍ଦ୍ର କୁମାର କର, ସନ୍ତୋଷିନୀ ମୁନି, ଅର୍ଚ୍ଚନା ବେହେରା, ରମାକାନ୍ତ ମହାନ୍ତି, ସିମାଂଚଳ ସେଠୀ ପ୍ରମୁଖ ଯୋଗଦେଇ ବ୍ଳକସ୍ତରୀୟ ସାଧନକର୍ମୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ବର୍ଣ୍ଣାଳୀର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବହୁ ଶିକ୍ଷଣୀ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିରକୁ ସୁପରିଚାଳନା କରିବା ଦିଗରେ ସୁଗର ଇଣ୍ଡଷ୍ଟ୍ରିସ୍ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି ।