ବସୁଧା ଯୋଜନା ଫେଲ ମିଳୁନି ପିଇବାପାଣିଲୋକେ ହନ୍ତସନ୍ତ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ରମହାନ୍ତ):ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ପାଇଁ ସୁଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନ କରିଛି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି ହେଲେ ଠିକ୍ ଭାବରେ ତଦାରଖ ଓ ରକ୍ଷଣା ଓ ଅଧିକାରୀ ମାନଙ୍କ ଅନ୍ତରିକତା ଅଭାବ ପାଇଁ ଅନେକ ବସୁଧା ଯୋଜନା ଫେଲ ମାନଥିବା ବେଳେ ପିଇବାପାଣି ନପାଇ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପରି ଏକ ବସୁଧା ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳିଛି ଘସିପୁରା ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ପଞ୍ଚାୟତ ର ଯୁଗଳ କିଶୋରପୁର ଗ୍ରାମ ବଡ଼ସାହିରେ ମହିଳା ମାନେପିଇବାପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗ୍ରାମରେ୮୦୦୦ ଲୋକ ସଂଖ୍ୟା ଥିବାବେଳେ ୮ ଓ୯ ୨ଟା ୱାର୍ଡ ନେଇ ଗଠିତ ଗ୍ରାମରେ ୭ଟା ନଳକୁଅ ଥିବା ଅନେକ ଠିକ୍ ଭାବରେ ପାଣି ଦେଉନାହିଁ ଫଳରେ ସ୍ବଚ୍ଛ ପିଇବା ମିଳୁନଥିବା ବେଳେ ପଞ୍ଚାୟତରାଜ ପାନୀୟ ଜଳ ଯୋଗାଣ ବିଭାଗ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ବସୁଧା ଯୋଜନା ରେ ଏକ ଲକ୍ଷ ଲିଟର କ୍ଷମତା ସଂପର୍ଣ୍ଣ ଏକ ଓ ଭର ହେଡ଼ ଟାଙ୍କି ପାଖା ପାଖି ୧କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇ ଥିଲା ଏହା ତା ୨/୩/୨୦୨୦ ରିଖ ରେ ଚିତକାଳୀନ ବିଧାୟକ ବଦ୍ରୀ ନାରାୟଣ ପାତ୍ର , କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରଣି ମୁର୍ମୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ,ଘଷିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ବୀରଗୋବିନ୍ଦପୁର ସରପଞ୍ଚ ଜସ୍ମିନ ମାଝି ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ହେଲେ ଏହା ଯୁଗଳ କିଶୋରପୁର ମହିଳା ମାନଙ୍କର ପାନୀୟ ଜଳ ସମସ୍ୟା ସମାଧାନ ହୋଇ ପାରୁନାହିଁ।ଯୁଗଳ କିଶୋରପୁର ପୁର ବଡ଼ସାହି ବାସୀ ପାଣି ପାଇଁ ଏବେବି ହନ୍ତସନ୍ତ ହେଉଛନ୍ତି ଏସଂପର୍କ ରେ ୱାର୍ଡ ମେମ୍ବର ବଳରାମ ଟୁଡ଼ୁ ଗତ ୧୪/୧୦ ୨୦୨୪ ଜିଲା ପାଳଙ୍କ ଜନଶୁଣାଣି ଦରଖାସ୍ତ ଦେଇଥିଲେ ହେଲେ ଆଜିଯାଏ ସମସ୍ୟା ସମାଧାନ ହୋଇପାରି ନାହିଁ। ଏସଂପର୍କ ରେ ଆନନ୍ଦପୁର ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହି ଯନ୍ତ୍ରୀ ମାନସ ରଞ୍ଜନ ପରିଡା ଙ୍କୁ ପଚାରିବାରୁ ସେମାନେ ନଳକୂପ ପାଇଁ କହିଥିଲେ ମାସେ ମଧ୍ୟରେ ନଳକୂଅ ବସାଇବୁ ଏବଂ ବସୁଧା କଥା ମୋ ନଜର କୁ ଆସି ନଥିଲା ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।