ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାର ବ୍ଳକର ହାତୀଓଟ ଗ୍ରାମର ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ନଭେମ୍ବର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହାତୀଓଟ ଓଏଭି ର ପ୍ରିନ୍ସପାଲ ତ୍ରୀଲୋଚନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ କଲେଜର ଗଣିତ ଅଧ୍ୟାପକ ଉଷା ରଞ୍ଜନ ଦାସ ଓ ଆଦିତ୍ୟ ନାରାୟଣ ବିଶୋଇ ଅତିଥି ଓ ବିଚାରକ ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଗଣିତ ଓ ବିଜ୍ଞାନ ମଡେଲ ପ୍ରଦର୍ଶନ କରି ଅତିଥି ମାନଙ୍କଠାରୁ ଶ୍ରେୟ ସାଉଁଟି ଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁର ପୁନଃବ୍ୟବହାର, ପରିବେଶ ପ୍ରଦୂଷଣ ଓ ଶକ୍ତି ସଂରକ୍ଷଣ ଭଳି ଅନେକ ମଡେଲ ପ୍ରସ୍ତୁତ କରି ନିଜର ସୃଜନାତ୍ମକ ଚିନ୍ତାଧାରାକୁ ଉପସ୍ଥାପନ କରି ଦେଶର ନିରାପଦ ଭବିଷ୍ୟତ ପାଇଁ ଅନେକ ଗଠନାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଗଣିତରେ କିପରି ସୁସ୍ଥ ମସ୍ତିଷ୍କରେ ସ୍ୱଳ୍ପ ସମୟରେ ମୂଲ୍ୟ ନିରୂପଣ କରିବା ପାଇଁ ଅନେକ ସୃଜନାତ୍ମକ କୌଶଳ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୋଦ କୁମାର ସାହୁ, ସ୍ୱାଗତିକା ବେହେରା, ଇତିଶ୍ରୀ ପ୍ରଧାନ, କୀର୍ତ୍ତି ଚନ୍ଦ୍ର ଦାଶ, ନିହାରିକା ମହାପାତ୍ର ମଧ୍ୟ ବିଚାରକ ଭାବେ ଯୋଗ ଦେଇଥିଲେ। ଶେଷରେ ବିଚାରକମାନଙ୍କ ଦ୍ଵାରା ଚୟନ ହୋଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ ଜାଜ୍ଞସେନୀ ସାହୁ ମୁଖ୍ୟ ଅତିଥି , ଉଷା ରଞ୍ଜନ ଦାସ ମୁଖ୍ୟ ବକ୍ତା ଓ ଆଦିତ୍ୟ ନାରାୟଣ ବିଷୋୟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସେମାନଙ୍କ ସୃଜନାତ୍ମକ କୌଶଳକୁ ସାଧୁବାଦ୍ ଜଣାଇଥିଲେ। ଶେଷରେ ବିଦ୍ୟାଳୟର ଗଣିତ ଶିକ୍ଷକ କୀର୍ତ୍ତି ଚନ୍ଦ୍ର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ