ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ

ନବରଙ୍ଗପୁର,(ୱା ଏନ ଏସ): ନବରଙ୍ଗପୁର ଜିଲ୍ଳାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ଶୁଭାରମ୍ଭ ହୋଇଛି । ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ଡଙ୍ଗରଦେଇ ମନ୍ଦିର ରୁ ଏହାର ଶୁଭାରମ୍ଭ କରାଯାଇଛି। ନବରଙ୍ଗପୁର ଜିଲ୍ଲା ର କଳା, ସଂସ୍କ୍ରୁତି, ଐତିହ୍ୟ, ପରମ୍ପରା ର ପର୍ବ “ମଣ୍ଡେଇ”ବ୍ଲକ୍ ସ୍ତରରେ ଉଦ୍ଘାଟିତ ହୋଇଯାଇଛି।ସ୍ଥାନୀୟ ପାରମ୍ପରିକ ଦେଶିଆ ନାଚ ସହ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ପାରମ୍ପରିକ ଭାବରେ ଜିଲ୍ଲା ସ୍ତରୀୟ ମଣ୍ଡେଇର ଶୁଭ କାର୍ଯ୍ୟ ସମାପନ ହୋଇଛି । ହଜାର ହଜାର ଲୋକଙ୍କର ସମାବେଶରେ ଧଣ୍ଡରା ଗ୍ରାମର ଇଷ୍ଟ ଦେବୀ ଡଙ୍ଗର ଦେଇଙ୍କର ମନ୍ଦିର ଏବଂ ପାହାଡ଼ ଉପରେ ଥିବା ଝାଡେଶ୍ୱର ଶିବ ମନ୍ଦିରରୁ ମଶାଲ ଆଣି ବାଲି ଚାଙ୍ଗଡ଼ା ଧରି ମା ଓ ଭଉଣୀ ମାନେ ମଶାଲ ଶୋଭାଯାତ୍ରାରେ ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାରେ ଦେଇ ନରସିଂହ ଗୁଡା ଓ ଧଣ୍ଡରା ମଝି ଭାଗରେ ଥିବା ପଡିଆକୁ ପହଞ୍ଚିଥିଲେ ।ଏହି ଶୋଭାଯାତ୍ରାରେ ପ୍ରାୟ ୧୮ ଟି ସାଂସ୍କୃତିକ ଦଳ ସାମିଲ ହୋଇ ମଶାଲ କୁ ପାଛୋଟି ନେଇଥିଲେ।।ଶୋଭାଯାତ୍ରାରେ ଦିବସ ର ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଝରୀଗାଁ ବିଧାୟକ ନରସିଂହ ଭତରା , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ, ସି ଡି ଓ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷ, ଧଣ୍ଡରା ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟ, ନନ୍ଦାହାଣ୍ଡି ,ତେନ୍ତୁଳିଖୁଣ୍ଟି ,ନବରଙ୍ଗପୁର ବି ଡି ଓ, ବ୍ଲକ କର୍ମଚାରୀ, ମଣ୍ଡେଇ ର ବିଭିନ୍ନ କମିଟି ର ସଦସ୍ୟ,କଳାକାର ମାନଙ୍କ ସହ ବହୁ ଗ୍ରାମରୁ ଆସିଥିବା ଦର୍ଶକ ମାନେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ଧଣ୍ଡରା ଠାରେ ଆୟୋଜିତ ସଭାମଞ୍ଚରେ ପବିତ୍ର ମଶାଲ କୁ ସ୍ଥାପନ ପରେ ଦେବ ଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମ ରେ ମଣ୍ଡେଇ ୨୦୨୪ ର ପୋଷ୍ଟର ଓ ଲୋଗୋ ଅତିଥି ଗଣ ଉନ୍ମୋଚନ କରିଥିଲେ।ଅତିଥିଗଣ ନିଜ ବକ୍ତବ୍ୟରେ ଜିଲ୍ଲା ର କଳା,ସଂସ୍କୃତି, ଐତିହ,ପରମ୍ପରା କୁ ବଞ୍ଚାଇବା ଏବଂ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଐକବଦ୍ଧ ହୋଇ କାମ କରିବାକୁ ଆହ୍ବାନ ଦେଇଥିଲେ।ସଭାପରେ ୩୦ ଟି ସାଂସ୍କୃତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ରେ ବିଶିଷ୍ଟ କଳାକାର ରୁକୁ ସୁନା ଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରବଳ ଭିଡ଼ ର ସମ୍ଭାବନା ରହିଛି।ଏହି ମଣ୍ଡେଇ ମହୋତ୍ସବ-୨୦୨୪ ର ଆୟୋଜନ ଓ ପରିଚାଳନା ରେ ବିଡିଓ ନନ୍ଦାହାଣ୍ଡି କ୍ଷୀରୋଦ ସାହୁ, ବିଡିଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ ଏବଂ ବିଡିଓ ନବରଙ୍ଗପୁର ସୁନୀଲ ଖୂରା ଦାୟିତ୍ଵ ନିର୍ବାହ କରିଥିଲେ। ଡି ଆଇ ପି ଆର୍ ଓ ମନୋଜ ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଉତ୍ସବ ପାଳନ ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ