ଆମରଣ ଅନସନରେ ବସିଲେ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ସମେତ ୧୬ ଜଣ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକୁ ବନ୍ଦ କରାଯିବା ପ୍ରତିବାଦରେ ସଦର ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ୱରେ ଗତ ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇଥିବା ଦିବାରାତ୍ର ଗଣ ଧାରଣା ପରେ ଆଜି ଠାରୁ ୨୨ ତାରିଖ ଦିବା ୧୦ ଘଟିକା ଠାରୁ ସଦର ବ୍ଲକ ପରିସରରେ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ୱରେ ସର୍ବମୋଟ ୧୭ ଜଣ ସରପଞ୍ଚ, ସମିତିସଭ୍ୟ,କାଉନସିଲର ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆମରଣ ଅନସନରେ ବସିଛନ୍ତି।ଏହା ମଧ୍ୟରେ ୧୦ ଘଣ୍ଟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଏଯାଏଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ, ଅପରପକ୍ଷରେ ଏହି ଅନସନକୁ ନୈତିକ ସମର୍ଥନ ଦେବାପାଇଁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ନିଳଗିରୀର ପ୍ରାକ୍ତନ ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଅନଶନ ସ୍ଥଳିରେ ପହଞ୍ଚିଥିଲେ।ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ରାଜ୍ୟକୁ ବିକାଶର ଚରମ ସିମାରେ ପହଞ୍ଚାଇଥିବା ବେଳେ ମାତ୍ର ୫ ମାସ ମଧ୍ୟରେ ମହୋନ ସରକାର ରାଜ୍ୟକୁ ତଳିତଳାନ୍ତ କରିସାରିଲେଣି। ସାମୁଗ୍ରିକ ବିକାଶରେ ସ୍ଥାନୀୟ ବିଜେପି ବିଧାୟକ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରତିବାଦରେ ସ୍ବରୂପ ଦାସଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ଜାରି ରହିଛି ଏହା ଆଗାମୀ ଦିନରେ ସମଗ୍ର ରାଜ୍ୟକୁ ବ୍ୟାପିବ ବୋଲି ଅତିଥି ଭାବରେ ଯୋଗଦେଇଥିବା ଶ୍ରୀ ଦାସ ଏବଂ ପ୍ରକ୍ତନ ବିଧାୟକ ଶ୍ରୀ ନାୟକ କହିଥିଲେ।ଏହି କାର୍ଯ୍ୟକ୍ରମକୁ ଅନଶନରେ ବସିଥିବା ବାଲେଶ୍ବରର ପୂର୍ବତନ ବିଧାୟକ ସ୍ବରୂପ ଦାସ ସଂଚାଳନ କରିଥିଲେ।ଏହି ଅମରଣ ଅନଶନରେ ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ତଥା ଟାଉନ ବିଜେଡି ମହିଳା ସଭାପତି ମୀନା ମହାନ୍ତି,କାଉନସିଲର ମୀତା ପଟ୍ଟନାୟକ,କବିତା ମୃମୁ,ସୁନିଆ ମୃମୁ,ସରପଞ୍ଚ ଅଜିତ ମହାପାତ୍ର,ବରେନ୍ଦ୍ର ସେଠୀ,ଧନଞ୍ଜୟ ପାତ୍ର,ଲକ୍ଷ୍ମୀକାନ୍ତ ଜେନା,ଅଶୋକ କୁମାର ମହାପାତ୍ର, ଅକୁର ତରେଇ,ଚିତ୍ତରଞ୍ଜନ ଜେନା,ସେକ ରାଜୁ,ପୂର୍ବତନ କାଉନସିଲର ସାକିର ଖାନ,ସଦର ନିର୍ବାଚନ ବିଜେଡି ଯୁବ ସଭାପତି ସେକ ଅନସର,ଯୁବ ନେତା ଦିବ୍ୟଶକ୍ତି ଜେନା,ପ୍ରଶନ୍ନ ଜେନା ପ୍ରମୁଖ ବସିଛନ୍ତି।