୭୬ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ- ୨୦୨୪ ମହା ସମାରୋହରେ ପାଳିତ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ବ୍ଲକ ସ୍ତରୀୟ ୭୬ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ- ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି । କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ,କେସିଙ୍ଗାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ କୁମାର ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ କେଡେଟ୍ , ଛାତ୍ର ଛାତ୍ରୀ ତଥା ଜନସାଧାରଣମାନଙ୍କୁ ଭାରତର ଏକତା ଓ ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖିବାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦେଶର ଜାତୀୟ ଚରିତ୍ର ନିର୍ମାଣରେ ମହନୀୟ ଅଂଶ ଗ୍ରହଣ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀ ସମୀର କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, ଶ୍ରୀଲକ୍ଷ୍ମୀନାରାୟଣମାଝୀ, ପୂର୍ବତନ ହାବିଲଦାର୍ , ଭାରତୀୟ ସେନା ବିଭାଗ, ଶ୍ରୀ ସଞ୍ଜୀବ କୁମାର ମାଝୀ, ପୂର୍ବତନ ହାବିଲଦାର୍, ସୀମାନ୍ତ ସୁରକ୍ଷା ବଳ,ଶ୍ରୀମତୀ ସ୍ବର୍ଣ୍ଣଲତା ଉପାଧ୍ୟାୟ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶ୍ରୀଲକ୍ଷ୍ମୀନାରାୟଣ ମାଝୀ, ପୂର୍ବତନ ହାବିଲଦାର ଭାରତ ମାତାର ସେବାରେ ନିଜକୁ୧୫ ଜାନୁୟାରୀ ୨୦୦୪ ଠାରୁ ୧୯୦୫ ଏଲ୍ .ଟି. ରେଜିମେଣ୍ଟରେ ନିୟୋଜିତ ହୋଇ କିପରି ସାହାସିକତା ଓ ଶୌର୍ଯ୍ୟତାର ସହ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ସମ୍ପାଦନା କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବରେ ବର୍ଣ୍ଣନା କରିଥିଲେ। ଶ୍ରୀମାଝୀଙ୍କର ଗୌରବମୟ ତ୍ୟାଗ ଓ ସମର୍ପଣର ସ୍ବୀକୃତି ସ୍ବରୂପ ଏହି ଅବସରରେ ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ ଘାଟନ୍ ଓ ଏନ୍. ସି.ସି. ପତାକା ଉତ୍ତୋଳନ ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ଆକାଶ ବାହିନୀ ସମର ଶିକ୍ଷାର୍ଥୀ ବାହିନୀ ଦଳ, ସୈନ୍ୟ ବାହିନୀ ସମର ଶିକ୍ଷାର୍ଥୀ ବାହିନୀ,ସମର ବ୍ୟାଣ୍ଡ ଦଳ,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ କେସିଙ୍ଗାର ନୌବାହିନୀ ସମର ଶିକ୍ଷାର୍ଥୀ ବାହିନୀ, ସମର ବ୍ୟାଣ୍ଡ ଦଳ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଦେଓଗାଁର ନୌବାହିନୀ ସମର ଶିକ୍ଷାର୍ଥୀ ବାହିନୀ ଦଳ ମାର୍ଚ୍ଚ ପାଷ୍ଟରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ଵ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶ୍ରୀ ନବୀନ କୁମାର ନାଏକ, ଏନ୍.ସି.ସି. ଅଫିସର, ଶ୍ରୀ ଯୁଗଲ୍ ଛତ୍ରିଆ,ଏନ୍.ସି.ସି. ଅଫିସର, ଶ୍ରୀ ଲୋକେଶ ମାଝୀ, ଏନ୍.ସି.ସି. ଅଫିସର,ଶ୍ରୀମତୀ ମୋନାଲିସା ନାୟକ,ଏନ୍.ସି.ସି. ଅଫିସର, ସକ୍ରିୟ ସହଯୋଗ କରିଥିଲେ ।