ଲଘୁଚାପ ବର୍ଷା ରେ ଚାଷୀ କୂଳର ବ୍ୟାପକ କ୍ଷତି

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ପ୍ରଥମେ ବର୍ଷା ଅଭାବ ରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଈଥିବା ବେଳେ ବର୍ତ୍ତମାନ ଲଘୁଚାପଜନିତ ବର୍ଷା ରେ ଚାଷୀ କୂଳ ସର୍ବସ୍ବାନ୍ତ ହୋଈପଡିଛନ୍ତି। ଗୋଟିଏ ପରେ ଗୋଟିଏ ସମସ୍ୟା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ଲଘୁଚାପଜନିତ ଲଗାଣ ବର୍ଷା ଦୁଇ ଦିନ ଧରି ଲାଗି ରହିଛି। ଶେରଗଡ ବ୍ଲକ ର ଚାଷୀ ଏବେ ଘୋର ଚିନ୍ତାରେ ପଡିଛନ୍ତି। ବ୍ଲକର ଶହ ଶହ ହେକ୍ଟର ଜମିର ପାଚିଲା ଧାନ ଗଛ ଗୁଡିକ କଟା ହୋଇ ଜମିରେ ପଡିଥିବା ବେଳେ ସେଗୁଡ଼ିକ ବର୍ଷା ପାଣିରେ ଭିଜି ରହିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତି ଯଦି ଆଉ ଦିନେ ରୁ ଦୁଇ ଦିନ ଲାଗି ରହିବ ତା ହେଲେ ଜମିରେ ହିଁ ଧାନ ରହିଯିବା ଆଶଙ୍କା ରହିଛି। ଅନେକ ଚାଷୀ ଏଯାଏଁ ଧାନ କାଟିନଥିବା ବେଳେ କେତେକ ସ୍ଥାନରେ ଚାଷୀ ତରବରିଆ ଭାବେ କଞ୍ଚା ଧାନ କାଟି ପ୍ରାଣ ବିକଳରେ ଓଦା ରେ ଗଦା କରୁଥିବା ଦେଖିବାକୁ ମିଳିଛି। ଫଳରେ ଚଳିତ ବର୍ଷ ଧାନ ସଂଗ୍ରହ ବେଳେ ଚାଷୀ ଏଫଏକ୍ୟୁ ମାନର ଧାନ ଦେବା କଷ୍ଟକର ହୋଈପଡିବ ବୋଲି ଚାଷୀମାନେ ଆଶଙ୍କା ପ୍ରକଟ କଲେଣି। ବ୍ଲକର ଅଧିକାଂଶ ପଞ୍ଚାୟତ ରେ ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ଜମିରେ ଧାନ ଗଛ ଗୁଡିକ ଶୋଇ ରହିଛି। ଶୋଇ ରହିଥିବା ଗଛ ଗୁଡିକୁ ଉଠାଈବା ସମ୍ଭବପର ହୋଇ ପାରୁନାହିଁ। ଅନ୍ୟ ପକ୍ଷରେ ପନିପରିବା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ବେଳେ ଲଘୁଚାପଜନିତ ବର୍ଷା ରେ ପନିପରିବା ଚାଷ ନଷ୍ଟ ହେବା ଫଳରେ ପୁଣି ପନିପରିବା ଦରବୃଦ୍ଧି ଘଟିବ। ଏଭଳି ପରିସ୍ଥିତି ରେ ଚାଷୀଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ,ଚାଷୀ ଚାଷ କାର୍ଯ୍ୟ ଲାଗି ଆଣିଥିବା ବ୍ୟାଙ୍କ ଋଣ ତଥା ଫସଲ ବୀମା କରିଥିବା ଟଙ୍କା ମଧ୍ୟ ପରିଶୋଧ କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ