ତାଳସାକର ୟୁ.ପି.ସ୍କୁଲରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷକ ବଣ୍ଟନ ମେଳା ଓ ଅଭିଭାବକ ଶିକ୍ଷକ ସଂଘ ବୈଠକ ନଭେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅଭିଭାବକ ଶିକ୍ଷକ ସଙ୍ଘ ବୈଠକ ଏସଏମସି ସଭାପତି ପ୍ରଭାତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଭାରତ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏ.ପି.ଏ.ଏ.ଆର. ଆଡ଼ି କାର୍ଡ଼କୁ ଅଭିଭାବକ ବୃନ୍ଦ ସମ୍ମତି ପ୍ରକାଶ ପାଇଁ ଅନୁରୋଧ କରିଥିଲେ। ଆଲୋଚନା ପରେ ଏହାକୁ ବୈଠକରେ ସମ୍ମତି ପ୍ରକାଶ ପାଇଥିଲା। ଏହାପରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଅତିଥିଭାବେ ଏସଏମସି ସଭାପତି ଶ୍ରୀ ଜେନା ଓ ସିଆରସିସି ଦିଲ୍ଲୀପ କୁମାର ବେହେରା ଯୋଗଦେଇ ୨୯୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ