କୃଷିବିଭାଗର ପ୍ରତିନିଧି ଦଳଙ୍କ ଆଖୁଫସଲ ପରିଦର୍ଶନ
ଆସିକା (ୱାଇଏନ୍ଏସ୍): ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ୍ ୨୦୨୫-୨୬ ଯୋଜନାର ସଫଳ ରୂପାୟନ ପାଇଁ ଆସିକା ସମବାୟ ଚିନିଶିଳ୍ପ ଲିଃ ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ସମବାୟ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅହରହ ପ୍ରଚେଷ୍ଟାରେ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ଏବଂ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଜାରି ରହିଥିବା ପ୍ରୟାସକୁ ସମବାୟପ୍ରେମୀ ଓ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଓଡିଶା ସରକାରଙ୍କ କୃଷି ଓ କୃôଷକ ସଶକ୍ତିକରଣ ବିଭାଗର ପରାମର୍ଶକ୍ରମେ ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟେମକେଶ ମିଶ୍ର, କୃଷି ବିଭାଗ ପକ୍ଷରୁ ଆଖୁଫସଲର ସଂପ୍ରସାରଣ ପାଇଁ ନିଯୁକ୍ତି ପାଇଥିବା ଯୋଜନା ପ୍ରଣୟନ ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଆସିକା ସମବାୟ ଚିନିଶିଳ୍ପର ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି, ଆସିକା ଜିଲ୍ଲା କୃଷି ଅଧିକାରୀ ସତ୍ୟବ୍ରତ ଦାଶ, ଦିଗପହଣ୍ଡି ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ ନାଥ, ଆସିକା ବ୍ଳକ କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଶେରଗଡ ବ୍ଳକ କୃଷି ଅଧିକାରୀ ଜ୍ୟୋତିରଂଜନ ମିଶ୍ର, ଆସିକା ବ୍ଳକ ସହକାରୀ କୃଷି ଅଧିକାରୀ ଜଗଦୀଶ ଚୌଧୁରୀ, ଆସିକା ସମବାୟ ଚିିନିଶିଳ୍ପର ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ ଏବଂ ଚିରଞ୍ଜିବୀ ମହାନ୍ତି ଓ ଧ୍ରୁବଚରଣ ସାହୁ, ଆଖୁ ଉନ୍ନୟନ ସହାୟକ ଅମୀୟ ବିଶ୍ୱାଳ, ରାଜଗୋପାଳ ପାଢୀ, ଧବଳେଶ୍ୱର ମହାନ୍ତି, ରାକେଶ୍ କୁମାର ସିୟ, ଚନ୍ଦ୍ରଶେଖର ଗୌଡ, ବିଷ୍ଣୁଚରଣ ବେହେରା, ବାବୁଜହ୍ନ ପ୍ରଧାନ, କମ୍ବୁଚରଣ ବେହେରା, ଲଲାଟେନ୍ଦୁ ସ୍ୱାଇଁ, ସୁଶାନ୍ତ କୁମାର ଗୌଡ, ରାଜା ବିଶ୍ୱାଳଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି ବ୍ଳକ ପରିସରଭୁକ୍ତ ବିଭିନ୍ନ ଗ୍ରାମାଞ୍ଚଳର ଆଖୁକ୍ଷେତ, ଆଖୁବିହନ କ୍ଷେତ, ମୂଳିଆଖୁ କ୍ଷେତକୁ ପରିଦର୍ଶନ କରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଆଖୁଚାଷ କରାଯାଇ କିପରି ଅଧିକ ଅମଳ ଓ ଶର୍କରାଯୁକ୍ତ ଆଖୁ ଉତ୍ପାଦନ କରାଯାଇପାରିବ ସେ ସଂକ୍ରାନ୍ତରେ ଅଗ୍ରଣୀ ଆଖୁଚାଷୀ ସାନ୍ତୁନୁ ପାତ୍ର, ସିମାଂଚଳ ପାତ୍ର, ବିଜୟ ପାତ୍ର, ଶତୃଘ୍ନ ପ୍ରଧାନ, କୈଳାଶ ଜେନା, ରାମକୃଷ୍ଣ ପଣ୍ଡା, ଯୁଧିଷ୍ଠିର ନାୟକଙ୍କ ସମେତ ବହୁ ଚାଷୀଙ୍କୁ ମାର୍ଗଦର୍ଶନ କରିବା ସାଙ୍ଗକୁ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରିବା ପାଇଁ ଚିନିଶିଳ୍ପ ଓ କୃଷି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଆଖୁଚାଷୀ କଲ୍ୟାଣକାରୀ ଯୋଜନା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଚାଷୀଙ୍କୁ ଉନ୍ନତ ତଥା ନୂତନ ବୈଜ୍ଞାନିକ ପ୍ରଣାଳୀ ଓ ଜ୍ଞାନକୌଶଳରେ ଆଖୁଚାଷ କରିବା, ମୂଳି ଆଖୁଚାଷ କରିବା, ଆଖୁ ବିହନ ଉତ୍ପାଦନ, ସରଳ ଆଖୁରୋପଣ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା ।


