ଅନ୍ତର୍ଜାତୀୟ ଯୁବ ଦିବସ

ଆସିକା (ୱାଇଏନ୍‍ଏସ୍‍): ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ବୁଧବାର ଅନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଇକୋ କ୍ଳବର ସଂଯୋଜକ ତଥା ଶିକ୍ଷକ ସୁଶିଲ୍‍ ମୋହନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ ଈଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ସୁନିତା ପରିଚ୍ଛା, ଜି.ଆନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନେ ସଦାସର୍ବଦା ସହନଶୀଳତାର ସହ ନିର୍ଭୀକ ଭାବେ ନିଜ ନିଜକ ଅନ୍ତର୍ନିହିତ ଗୁଣାବଳୀ ଓ ଜ୍ଞାନର ପରିପ୍ରକାଶ କରି ନିଜର ଅଧିକାର ସାବ୍ୟସ୍ତ କରିବା ସାଙ୍ଗକୁ ଦେଶର ପ୍ରଗତିର ଉତ୍ସ ଯୁବଶକ୍ତି ହୋଇଥିବାରୁ ସେମାନଙ୍କ ବିକାଶ ଦ୍ୱାରା ଦେଶର ପ୍ରଗତି ସମ୍ଭବ ବୋଲି ମତବ୍ୟକ୍ତ କରି ଯୁବଶକ୍ତି ସମଗ୍ର ବିଶ୍ୱରେ ଶାନ୍ତି ତଥା ସାମାଜିକ ସମନ୍ୱୟ ଆଣିପାରିବେ ତେଣୁ ଯୁୁବପିଢୀ କିପରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିପାରିବେ ଓ ବିକଶିତ ଭାରତ ଗଠନରେ ଯୁବ ସମାଜର ଭୂମିକା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ୧୯୯୮ ମସିହାରେ ପର୍ତ୍ତୁଗାଲର ରାଜଧାନୀ ସହର ଲିସ୍‍ବନ୍‍ ଠାରେ ମିନିଷ୍ଟରସ୍‍ ରେସ୍‍ପନ୍ସିବଲ୍‍ ଫର୍‍ ୟୁଥ୍‍ ନାମକ ବିଶ୍ୱ ସମ୍ମିଳନୀ ଦେଇଥିବା ସୁପାରିଶକୁ ଆଧାର କରି ୧୯୯୯ ମସିହା ଡିସେମ୍ବର ମାସ ୧୭ ତାରିଖରେ ଜାତିସଂଘର ସାଧାରଣ ପରିଷଦ ଯୁବ ଦିବସ ପାଳନ ପାଇଁ ସଂକଳ୍ପ ପାରିତ କରିଥିଲା ବେଳେ ଗତ ୨୦୦୦ ମସିହା ଠାରୁ ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଆସୁଛି ବୋଲି ମତବ୍ୟକ୍ତ କରି ସମାଜର ବିକାଶରେ ଯୁବ ସମାଜର ଅବଦାନ, ଯୁବକମାନଙ୍କ ପାଇଁ ଉତ୍ତମ ସଂସ୍କାର ଓ ଶିକ୍ଷା ଏବଂ ସଶକ୍ତିକରଣ, ଯୁବଶକ୍ତି ଏବଂ ମାନବୀୟ ମୂଲ୍ୟବୋଧ, ଯୁବ ଜୀବନର ଦିଗ୍‍ଦର୍ଶନ ଓ ନୈତିକ ସ୍ୱାଧୀନତା ଏବଂ ସାମାଜିକ ଦାୟିତ୍ୱବୋଧତା, ଆଧୁନିକ ଯୁଗରେ ଯୁବ ସମାଜର ଦାୟିତ୍ୱ ଓ କର୍ତ୍ତବ୍ୟ, ପରିବେଶର ସୁରକ୍ଷା ଏବଂ ସମାଜିକ କାର୍ଯ୍ୟରେ ଯୁବ ସମାଜର ସହଭାଗୀତା, ଯୁବ ସମାଜର ଆତ୍ମସମ୍ମାନ ଓ ଉତ୍ତମ ଶିକ୍ଷା ଏବଂ ନିଯୁକ୍ତି ତଥା ସ୍ଥାୟୀ ଭବିଷ୍ୟତ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ଇକୋ କ୍ଳବ୍‍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କାର୍ଯ୍ୟକ୍ରମକୁ ପରିଚାଳନାରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ ଓ ପ୍ରଶାନ୍ତ କୁମାର ମୁନି ଏବଂ ନୀଳମାଧବ ସ୍ୱାଇଁ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ