ଦ୍ୱାଦଶାହରେ ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀନଗର ଅଞ୍ଚଳର ପରୋପକାରୀ ମହିଳା ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କ ଦ୍ୱାଦଶାହ ଲାଲାଶାସନ ଗ୍ରାମର ମା ବିମଳା କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ବିପିନ୍‍ ବିହାରୀ ଦାଶ, ଭାଇ ବିଦ୍ୱାନ ସଂସ୍କୃତ ପଣ୍ଡିତ ଉପେନ୍ଦ୍ରନାଥ ମିଶ୍ର, ଭାଉଜ ରଂଜିତା ରଥ, ପୁତ୍ର ସଂଜୟ କୁମାର ଦାଶ, ପୁତ୍ରବଧୁ ସସ୍ମିତା କୁମାରୀ ଦାଶ, କନ୍ୟା ସରିତାରାଣୀ ମିଶ୍ର ଓ ଅନିତାରାଣୀ ମିଶ୍ର, ଜୋଇଁ ସନ୍ତୋଷ କୁମାର ମିଶ୍ର ଏବଂ ଗଗନ ମିଶ୍ରଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀନଗର ଅଞ୍ଚଳର ପରୋପକାରୀ ମହିଳା କୃଷ୍ଣପ୍ରିୟା ଦାଶଙ୍କ ଦ୍ୱାଦଶାହ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଅବସରପ୍ରାପ୍ତ ସେନା କର୍ମଚାରୀ, ସଚେତନ ନାଗରିକ ଓ ଶିକ୍ଷାବିତ୍‍ ଯୋଗଦେଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଯୁବ ସମାଜସେବୀ ଶିବପ୍ରସାଦ ଶତପଥୀ, ସମାଜସେବୀ ସୁନିଲ୍‍ କୁମାର ମିଶ୍ର, ପ୍ରଦୀପ କୁମାର ଶତପଥୀ, ଦୁଃଖୀଶ୍ୟାମ ଦାଶ, ପଦ୍ମଲୋଚନ ଶତପଥୀ, ସିମାଂଚଳ ଶତପଥୀ, ରାଧାମାଧବ ତ୍ରିପାଠୀ, ଅଶୋକ କୁମାର ତ୍ରିପାଠୀ, ନିର୍ମଳ ଦାଶ, ମିଟୁ ଚନ୍ଦ୍ର ଗୌଡ, ଅବସରପ୍ରାପ୍ତ ସେନା କର୍ମଚାରୀ ବ୍ରିଗେଡିୟର୍‍ ଅଭିମନ୍ୟୁ ରାଉତ, ଅଲେଖ ବେହେରା, ସିମାଞ୍ଚଳ ମୁନି, ଜୟ କୁମାର ପାଢୀ, ପ୍ରକାଶ ପାଢୀ, ରବିନାରାୟଣ ରଣା, ବିଜୟ କୁମାର ପାଣିଗ୍ରାହୀ, ରାମକୃଷ୍ଣ ଦାଶ, କଂଗ୍ରେସ ପ୍ରଧାନ, ବୃନ୍ଦାବନ ପାତ୍ର, ମନମୋହନ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧୀକ ଜ୍ଞାନୀ ଗୁଣି ଯୋଗଦେଇ ତାଙ୍କ ପ୍ରିୟ ପରୋପକାରୀ ମହିଳା ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମ ସ୍ଥିତ ମା ବିମଳା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମର ବାତାବରଣ ଥିଲା ଭାବପୁର୍ଣ୍ଣ। ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ ଏକାଠି ହୋଇଥିଲେ ବହୁ ଶିକ୍ଷାବିତ୍‍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ। ପରୋପକାରୀ ମହିଳା ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କୁ ଏବେ ବି ଝୁରୁଛି ଶାସ୍ତ୍ରୀନଗର ସାହିମାଟି। ଏଥି ସହ ତାଙ୍କ ସ୍ମୃତି ଚାରଣ କରୁଛନ୍ତି ବହୁ ଗୁଣୀ ଜ୍ଞାନୀ ବ୍ୟକ୍ତି ବିଶେଷ। ସଭିଙ୍କ ମହଲରେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ମହିଳା ଭାବେ ନିଜର ସ୍ୱତନ୍ତ୍ର ଏକ ପରିଚୟ ତିଆରି କରିବାରେ ସକ୍ଷମ ହୋଇପାରିଥିବା ସ୍ୱର୍ଗତା କୃଷ୍ଣପ୍ରିୟା ଦାଶଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ