ସ୍ୱାଧୀନତା ଦିବସ ପାଳନ ପାଇଁ ଚିନିଶିଳ୍ପରେ ପ୍ୟାରେଡ୍ ରିହର୍ସାଲ୍
ଆସିକା (ୱାଇଏନ୍ଏସ୍) :ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ଆସିକାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ସୁରକ୍ଷାକର୍ମୀମାନେ ପ୍ୟାରେଡ୍ ରିହର୍ସାଲ୍ ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ନେତୃତ୍ୱରେ ନିରାପତ୍ତ ଆଧିକାରୀ ଭୂପେନ୍ ତମାଙ୍ଗୋ, ପ୍ୟାରେଡ୍ କମାଣ୍ଡର ତଥା ବରିଷ୍ଠ ସୁରକ୍ଷା କର୍ମଚାରୀ ଲକ୍ଷ୍ମୀନାରାୟଣ ସାହୁ, ଦାମୋଦର ସିୟ, ସନ୍ତୋଷ କୁମାର ବାଡତ୍ୟା, ସୁରକ୍ଷା କର୍ମୀ ଶିବରାମ ରାଉଳ, ବିମ୍ବାଧର ପ୍ରଧାନ, ତ୍ରିଲୋଚନ ନାୟକ, ରଜତ୍ କୁମାର ପ୍ରଧାନ, ଏ.ପଂଚାନନ ପାତ୍ର, ଏସ୍.ଆପ୍ପାରାଓ, ମନୋଜ କୁମାର ନାହାକ, ଇନ୍ଦ୍ରମଣି ବେହେରା, ବଳରାମ ଜେନା, ପ୍ରଶାନ୍ତ କୁମାର ନାହାକ, ଶିବରାମ ନାୟକ, ଚନ୍ଦ୍ରଶେଖର ସ୍ୱାଇଁ, ସାଗର ଛାପା, ରତ୍ନାକର ସ୍ୱାଇଁ, ରାଜେଶ୍ ପ୍ରଧାନ, ବିଷ୍ଣୁ ରାଏ, କୈଳାଶ ମେଥି, ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ଚିନିଶିଳ୍ପର ସୁରକ୍ଷା ବିଭାଗ ଦାୟିତ୍ୱରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମଚାରୀ ମାନେ ପ୍ୟାରେଡ୍ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ଶନିବାର ଦେଶ ପାଳିବ ୮୦ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସରୁ ମହାଆଡମ୍ବରରେ ପାଳନ କରିବା ପାଇଁ ଆସିକା ସମବାୟ ଚିନିଶିଳ୍ପ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଆସିକା ସମବାୟ ଚିନିଶିଳ୍ପର ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀମାନଙ୍କୁ ନେଇ ଫୁଲ୍ ଡ୍ରେସ୍ ଅଭ୍ୟାସ ପ୍ୟାରେଡ୍ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।


