ବାରିପଦାରେ ମହମ୍ମଦ ସାଦବ ଦାଦାଗିରି
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଟାଉନର କେନ୍ଦ୍ର ସ୍ଥଳରେ ତଥା ସଦରମହକୁମା ହସ୍ପିଟାଲ ସାମ୍ନାରେ ଅଶୋକ ପାଣିଗ୍ରାହୀ ପିତା ସ୍ୱଗତ ନିକୁଞ୍ଜ ପାଣିଗ୍ରାହୀ ଙ୍କର ବାସଗୃହ ତଥା ଦୋକାନ ଆଦି ରହି ଅଛି ଯାହାକୁ ସେମାନେ ଦୀର୍ଘଦିନ ଧରି ବ୍ୟବହାର କରିଆସୁଛନ୍ତି ଉକ୍ତ ଜମି ବାବଦରରେ ମହମ୍ମଦ ସଦାବ ପିତା ସେକ ମାଙ୍କସୁଦ ଅଲମ ସାକିନ -ଗୌରମୋହନ ଲେନ ଲାଳାବଜାର ବାରିପଦା ଙ୍କର କୋଣସି ପ୍ରକାର ଆଇନ ଗତ ଅଧିକାର ବା ଦାଖଲ ନଥାଇ ମଧ୍ୟ ସେ ନିଜର ଅର୍ଥ ଓ ବାହୁବଳରେ ତଥା କେତକ ଅସାମାଜିକ ବ୍ୟକ୍ତି ମନଙ୍କୁ ନେଇ ଉକ୍ତ ଜମି ଉପରକୁ ବେଆଇନ ପ୍ରବେଶ କରିବାକୁ ଗତ ତା 12/10/2024 ରିଖରେ ଚେଷ୍ଟା ଚଳାଇବାରୁ ତାଙ୍କୁ ଘର ମାଲିକ ବାଧା ଦେବାରୁ ସେମାନେ ଫେରିଯାଇଥିଲେ ପୁନରାଇ ତାହି ପରଦିନ ମହମ୍ମଦ ସଦବ ଗୁଣ୍ଡା ଶ୍ରେଣୀର ଲୋକ ମାନଙ୍କୁ ଧରି ଆସି ଉକ୍ତ ଅଶୋକ କୁମାର ପାଣିଗ୍ରାହୀ ଏବଂ ତାଙ୍କ ଭାଇ ଙ୍କର ଉକ୍ତ ଘରେ ଲିଗିଥିବା ଲୁହା ଗ୍ରିଲକୁ ଭାଙ୍ଗିବା ସାଙ୍ଗେ ସାଙ୍ଗେ ଉକ୍ତ ଘରେ ପ୍ରବେଶ କରି ଅନେକ ଜିନିଷ ଭାଙ୍ଗା ରୁଜା କରିବା ସହ ବହି ନେଇ ଯାଇଥିଲେ ଉକ୍ତ ସମସ୍ତ ଘଟଣା ବାରିପଦା ଥାନାର ପୋଲିସ ଙ୍କୁ ସମୁଖରେ ଘଟିଥିଲେ ମଧ୍ୟ କେଉଁ କାରଣରୁ ପୋଲିସ ନିରବଦ୍ରଷ୍ଟା ସାଜିଥିଲେ ତାହା ପ୍ରଶ୍ନବାଚି ହେଉଅଛି ଏହି ଘଟଣା ସମ୍ପର୍କରେ ଅଶୋକ କୁମାର ପାଣିଗ୍ରାହୀଙ୍କ ଭାଇ ବାରିପଦା ଟାଉନ ଥାନାରେ ଲିଖିତ ଆକାରରେ ଜଣାଇ ଥିଲେ ମଧ୍ୟ ପୋଲିସ ତରଫରୁ ସେ ବାବଦରେ କୋଣସି ପଦକ୍ଷେପ ମୁଦାଲାଙ୍କ ବିରୁଦ୍ଧରେ ଜାଣିଶୁଣି ନେଲେ ନାହିଁ. ତେଣୁ ନିରାଶ ହୋଇ ଅଶୋକ କୁମାର ପାଣିଗ୍ରାହୀ ଏବଂ ତାଙ୍କ ଭାଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଏବଂ ଉକ୍ତ ମହମ୍ମଦ ସାଦବଙ୍କ ବିରୋଧ ରେ ବାରିପଦା ରେ ମୁକାମ ବରିଷ୍ଠ ଦିୱାନୀ ବିଚାର ପତିଙ୍କ ଅଦାଲତ ରେ 685/2024ଏବଂ 686/2024 ନମ୍ବର ବିଶିଷ୍ଟ ଦୁଇ ଗୋଟି ମୂଳ ମୋକଦମା ସହିତ ଆ ଏ -167/2024 ନମ୍ବର ଓ 168/2024 ନମ୍ବର ମକଦମା ଆଗତ କରିଅଛନ୍ତି. ମାନ୍ୟବର ବିଚାରପତି ସମସ୍ତ କାଗଜ ପତ୍ର ତନଖି କରି ମୁକଦମାର ଗୁରୁତ୍ୱ ଉପଲବ୍ଧି କରି ଗତ ତା 22-11-2024ରିଖରେ ଦେଇଥିବା ଆଦେଶ ଦ୍ୱାରା ଉକ୍ତ ଅଶୋକ କୁମର ପାଣିଗ୍ରାହୀ ପୋଲିସ ତରଫରୁ ସେ ବାବଦରେ କୋଣସି ପଦକ୍ଷେପ ମଦଲା ମାନଙ୍କ ବିରାଧରେ ଜାଣିଶୁଣି ପଦକ୍ଷେପ ନେଲେ ନାହିଁ ଅଶୋକ ପାଣିଗ୍ରାହୀ ଏବଂ ତାଙ୍କ ଭାଇ ବାରିପଦା ଅଦାଲତ ମୁକିମ ବରିଷ୍ଠ ଦିବାନି ବିଚାରପତିଙ୍କ ବିରୋଧରେ 686/2024/ ଆଇ ଏ ମକଦମା ଆୟ କରିଅଛନ୍ତି ଏବଂ ମକଦମାରେ ଦେଇଥିବା ଆଦେଶ ଦ୍ୱାରା ଉକ୍ତ ଅଶୋକ ପାଣିଗ୍ରାହୀ ଏବଂ ଭାଇଙ୍କ ଘର ବାଡ଼ି ଭିତରକୁ ପ୍ରବେଶ ନ କରିବାକୁ ବାରଣ କରିଅଛନ୍ତି ଉକ୍ତ ଆଦେଶ ବର୍ତମାନ ସୁଦ୍ଧା ବଳବତାର ରହି ଅଛି ଉକ୍ତ ମହମ୍ମଦ ସାଦବ ନୋଟିସ ପାଇ କୋଟରେ ହଜାର ହୋଇ ଆପତ୍ତି ଦାଖଲକୁ କରିବାକୁ ସମୟ ମାଗିବାରୁ ଆସନ୍ତା 3/12/2024 ତାରିଖକୁ ମକାଦମାର ତାରିଖ ଧାର୍ଯ୍ୟ ହୋଇ ଅଛି. ଏହା ସତ୍ୱେ ମଧ୍ୟ ଗତ ତା 29/ 11/2024 ଦିନ ସକାଳ ଭଳି ପ୍ରାୟ 11ଟା ସମୟରେ ଉକ୍ତ ମହମ୍ମଦ ସାଦବ ତାହାଙ୍କର ଭାଇ ଏବଂ ଅନ୍ୟାନ୍ୟ କେତେକ ଅସାମାଜିକ ଲୋକ ପ୍ରାୟ କୋଡିଏରୁ ପଚିଶ ଜଣ ମାନଙ୍କୁ ସାଥିରେ ଧରି ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଅଶୋକ ପାଣିଗ୍ରାହୀ ଏବଂ ତାହାଙ୍କର ଭାଇଙ୍କ ଘରେ ଲାଗି ଥିବା ଲୁହା ଗ୍ରିଲକୁ ଭାଙ୍ଗି ତାହାଙ୍କ ଘରେ ପଶିଥିଲେ ଏବଂ ବିଭିନ୍ନ ଜିନିଷ ଭାଙ୍ଗା ରୁଜା କରିଥିଲେ କିଛି ଜିନିଷ ମଧ୍ୟ ତାଙ୍କ ଘରୁ ପୋଲିସ ସାମ୍ନାରେ ବହି ନେଇ ଯାଇ ଥିଲେ. ଘର ମାଲିକ ଏବଂ ତାହାଙ୍କର ଦୋକାନ କର୍ମଚାରୀ ପ୍ରତିବାଦ କରିବାରୁ ଉପରୋକ୍ତ ମୁଦାଲା ମାନେ ଘରମଳିକକୁ ବିଭିନ୍ନ ପ୍ରକାର କଟୁ ଭାଷା କହି ଗାଳି ଦେବା ସହିତ ମାରପିଟ କରିଥିଲେ ଏବଂ ଅଶୋକ ପାଣିଗ୍ରାହୀଙ୍କ ଭାଇଙ୍କ ହାତରୁ ଜବରଦସ୍ତି କରି ତାଙ୍କ ମୋବାଇଲ ପୋଲିସଙ୍କ ସାମ୍ନାରେରେ ଛଡାଇ ନେଇ ଯାଇଛନ୍ତି ଆହୁରି ମଧ୍ୟ ମୁଦାଲା ମହମ୍ମଦ ସାଦବ ଉକ୍ତ ଘର ମାଲିକଙ୍କର ନିରୀହ କର୍ମଚାରି ଗଙ୍ଗା ସିଂକୁ ଭୁଜାଲି ଦ୍ୱାରା ହାଣି ରକ୍ତାକ୍ତ କରିଛନ୍ତି ଉକ୍ତ ଘଟଣା ସମ୍ପର୍କରେ ଗଙ୍ଗା ସିଂ ଦେଇଥିବା ଏତଲାକୁ ସ୍ଥାନୀୟ ପୋଲିସ ଗ୍ରହଣ କରି ଏକ ମକଦମା ରୁଜୁ କରି ଥିଲେ ମଧ୍ୟ ଘର ମାଲିକଙ୍କ ତରଫରୁ ଦିଆଯାଇ ଥିବା ଏତଲା ବଳରେ ମୁଦାଲା ମାନଙ୍କ ବିରୁଧ୍ୟରେ ଅଦ୍ୟବିଧି କୋଣସି କେଶ ରୁଜୁ କରି ନାହାନ୍ତି ଅଧିକନ୍ତୁ ଘର ମାଲିକ ବିରୁଧରେ ମହମ୍ମଦ ସାଦବଙ୍କ ଇଂଗିତରେ ପରିଚାଳିତ ହୋଇ ଏକ ମିଥ୍ୟା ମକଦମା ରୁଜୁ କରିଅଛନ୍ତି ଉକ୍ତ ଘଟଣାରେ ଘର ମାଲିକ ଦୁଇ ଭାଇ ସେମାଙ୍କର କର୍ମଚାରୀ ମଦଲା ମାନଙ୍କ ଦ୍ୱାରା ଆଘାତପ୍ରପ୍ତ ହୋଇ ବାରିପଦା ସଦର ଡାକ୍ତର ଖାନରେ ଚିକିତ୍ସ୍ୟ ଧୀନ ହୋଇ ଅଛନ୍ତି ଉକ୍ତ ଘଟଣା ସଂକ୍ରନ୍ତରେ ଆରକ୍ଷୀ ଅଧିକାରୀଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ ମହମ୍ମଦ ସାଦବ ଓ଼ଗେର ମାନଙ୍କ ବିରୁଦ୍ଧରେ କୋଣସି ଆଖିଦୃଶିୟା ପଦକ୍ଷେପ ନେଇ ନଥିଲେ ଏଣୁ ପୋଲିସର ମହମ୍ମଦ ସାଦବର ଏହିଭଳି କାର୍ଯ୍ୟକଳାପରେ ବାରିପଦା ବାସି ସ୍ତମ୍ବି୍ଭୁତ.