ଶିଶୁ ଯତ୍ନକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ତାଲିମ ପ୍ରଦାନ
ଯାଜପୁର- ପ୍ରତ୍ୟେକ ଶିଶୁ ମଧ୍ୟରେ ପ୍ରତିଭା ରହିଚ୍ଥି ଓ ତାହାର ସୁରକ୍ଷା ମଧ୍ୟ ଆବଶ୍ୟକ । ଶିଶୁଟି ସୁରକ୍ଷିତ ରହିଲେ ହିଁ ତାର ପ୍ରକୃତ ପ୍ରତିଭାର ପରିପ୍ରକାଶ ସହଜ ହୋଇପାରିବ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମିନି ସମ୍ମିଳନୀ କକ୍ଷରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଆଭିମୁଖ୍ୟକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଜିଲ୍ଲାପରିଷଦ ସଭାପତି ଶ୍ରୀ ମହାନ୍ତି ଶିଶୁଟିକୁ ପରିବାରଟିଏ ମିଳିବା ସବୁଠାରୁ ବଡ ଆବଶ୍ୟକତା । ତେବେ ସ୍ୱତନ୍ତ୍ର ବିଦ୍ୟାଳୟ, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ବା ପୋଷ୍ୟ ସନ୍ତାନ ଗୃହରେ ରହିଥିବା ପ୍ରତିଟି ଶିଶୁକୁ ଯେପରି ଉପଯୁକ୍ତ ସୁରକ୍ଷା, ଯତ୍ନ ଓ ସ୍ନେହ ମିଳେ ତାହା ଅନୁଷ୍ଠାନ ମାନେ ନିଶ୍ଚିତ କରିବା ଉଚିତ । ନିଜର ପିଲା ଭାବି ତାକୁ ଆଦର ଯତ୍ନ କଲେ ନିଶ୍ଚିତ ତାହାର ପ୍ରତିଭା ବିକଶିତ ହେବ ବୋଲି ସେ କହିଥିଲେ । ଅନ୍ୟତମ ଅତିିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରତ୍ୟେକ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବା ସ୍ୱତନ୍ତ୍ର ବିଦ୍ୟାଳୟର କର୍ମକର୍ତ୍ତା, କର୍ମଚାରୀ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଠିକ ଭାବେ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଅନୁଷ୍ଠାନରେ ଆବଶ୍ୟକ ମୁତାବକ କର୍ମଚାରୀ ରହିଥିବା ବେଳେ ସମାଜ ସେମାନଙ୍କ ଠାରୁ ଉନ୍ନତମାନର କାମ ନିଶ୍ଚୟ ଅପେକ୍ଷା ରଖେ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା, ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ପ୍ରମୁଖ ଶିଶୁ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ଶିଶୁ ମାନଙ୍କ ଦାୟିତ୍ୱରେ ରହୁଥିବା ପ୍ରତିଟି କର୍ମଚାରୀ ଉତ୍ସର୍ଗୀକୃତ ଭାବେ କାମ କରିବା ସହ ଶିଶୁ ମାନଙ୍କ ମନସ୍ତତ୍ୱକୁ ବୁଝି ସେମାନଙ୍କୁ ସେବା ଯୋଗାଇ ଦେବାକୁ ସମସ୍ତେ ଅନୁରୋଧ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଷୟ ବିଷାରଦ ଭାବେ ସଂଯୋଗ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ, ରାଜ୍ୟ ଶିଶୁ ସୁରକ୍ଷାର ପ୍ରୋଗ୍ରାମ ଅପିଂସର ସୁଜାତା ମହାନ୍ତି, ଶିଶିର କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇ ବିସ୍ତୃତ ଓ ବିଷଦ ଭାବେ ଶିଶୁ ସୁରକ୍ଷା, ଶିଶୁ ସହ ଜଡିତ ଅନୁଷ୍ଠାନ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଶିଶୁ ସୁରକ୍ଷା ୟୁନିଟର ଆଇନ ପରାମର୍ଶଦାତା ତପନ କୁମାର ପଣ୍ଡା, ଅର୍ଚ୍ଚନା କୁମାରୀ ସାମନ୍ତ, ମିହିର କୁମାର ଜେନା, କାଳି ପ୍ରସାଦ ସାହୁ, ରବିନ୍ଦ୍ର କୁମାର ସେଠୀ ଓ ବିଶ୍ୱନାଥ ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଓ ପୋଷ୍ୟ ସନ୍ତାନ ଗୃହର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ପଦ୍ମ ଚରଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।