ଧର୍ମପ୍ରାଣା ମହିଳାଙ୍କ ସ୍ମୃତି ଚାରଣ ସଭା
ବରୀ,(ଚୈତନ୍ୟ ଜେନା):ବରୀ ବ୍ଲକ ଅନ୍ତର୍ଗତ ଅଲିପୁର ଗ୍ରାମର ସ୍ୱର୍ଗତ କ୍ଷୀରୋଦିନି ଦାଶ (୯୭)ଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ ସୁବାଷ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଶୁକ୍ରବାର ଅପରାହ୍ନରେ ତାଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମକରଧ୍ବଜ ସାହୁ, ଦିଲିପ ନାୟକ, ବିରେନ୍ଦ୍ର ମିଶ୍ର, କମଳାକାନ୍ତ ନନ୍ଦ, ନିମାଇଁ ରାୟ, ପ୍ରହଲ୍ଲାଦ ବେଉରିଆ, ବିଜୟ ଦ୍ବିବେଦୀ, ନିହାର ରଞ୍ଜନ ଦାଶ, ହରେକୃଷ୍ଣ ମହାରଣା, ଧିରେନ୍ଦ୍ର କର, ଗଦାଧର କର, ଦେବ ପ୍ରସାଦ ଶତପଥି, ଭାରତୀ ଦାଶ, ସୌଦାମିନୀ ପତି, ମାଧବାନନ୍ଦ ଷ୍ୟାନ୍ତି ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପହଞ୍ଚି ସ୍ବର୍ଗତା ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ l ଏହି ଅବସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l


