ଚିକିଟୀ କଲେଜ ଓଡିଆ ବିଭାଗର ଆଲୋଚନା ଚକ୍ର
ଚିକିଟୀ,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଚିକିଟୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ସମନ୍ୱୟରେ ବ୍ୟାସକବି ଫକିର ମୋହନଙ୍କ କଥା ସାହିତ୍ୟ ସଂପର୍କରେ ଏକ ଆଲୋଚନା ଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଅଧକ୍ଷ ଡକ୍ଟର ବିଚିତ୍ର କୁମାର ପଟ୍ଟନାୟକ ପୈାରାହତ୍ୟ କରିଥିବା କରି ଫକୀର ମୋହନଙ୍କ କଥା ସୃଷ୍ଟିର ଅନ୍ତର୍ଜାତୀୟ ସ୍ତରରେ ଅନୁବାଦ କରିପାରିଲେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିବ ମତ ବ୍ୟକ୍ତ କରିଥିଲେ । ପ୍ରାକ୍ତନ ପ୍ରଧ୍ୟାପକ ତଥା ସ୍ନାତକୋତ୍ତର ଓଡିଆ ବିଭାଗର ଅତିଥି ଅଧାପକ ଡକ୍ଟର ଅଲେଖ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଫକୀର ମୋହନ ସମସ୍ତ ସୃଷ୍ଟିର ସମାଜ ସଂସ୍କାର ଦିଗ ଉପରେ ଆଲୋକପାତ କରିଥିଲେ । ଅଧାପକ୍ ସଂଜୟ କୁମାର ପଣ୍ଡା, ଶ୍ରୀ ପ୍ରକାଶ ବେହେରା , ଙ୍କ ମାର୍ଗ ଦର୍ଶନରେ ଉପନ୍ୟାସର ବ୍ୟଙ୍ଗ କବିତା ଉପରେ ଆଲୋଚନା କରିବା ସହ ବହୁ ଅଧାପକ ଓ ଅଧ୍ୟାପିକା ଓ ଛାତ୍ର,ଛାତ୍ରୀ ମାନେ ପରିଚାଳନା କରିଥିଲୋ


