ଚିତ୍ରକୋଣ୍ଡା ବ୍ଲକ୍ରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ ହେଲା

ଚିତ୍ରକୋଣ୍ଡା,(ବିମଲକିଶୋର ମିଶ୍ର): ଆର. ଏସ୍. ସି.-୧୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ (ଚିତ୍ରକୋଣ୍ଡା) ଶିକ୍ଷା ବ୍ଲକ୍ ତରଫରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ ହୋଇଯାଇଛି। ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ତୈଳ ଫୋଟରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି କାର୍ଯ୍ୟାରମ୍ଭ ହୋଇଥିଲା।କାର୍ଯ୍ୟକ୍ରମ ରେ ଗୋଷ୍ଟୀ ଶିକ୍ଷା ଅଧୀକାରିଣୀ ସୁଶ୍ରୀ ଗାୟତ୍ରୀ ଦେବୀ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଦିଲୀପ କୁମାର ଓଝା ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯୋଗ ଦେଇ ଦିବ୍ୟାଙ୍ଗ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର କରିଥିବା ପ୍ରମୁଖ ଯୋଜନାକୁ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ ସଂଯୋଜକ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃପାସିନ୍ଧୁ ଆମ୍ବାଗୁଡିଆ ଦିବ୍ୟାଙ୍ଗ ଶିଶୁ ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ । ବିଆରଟି ମହନ୍ତ କାର୍ଯ୍ୟକ୍ରମର ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଶିକ୍ଷକ ଯଚିନ୍ଦ୍ର ସ୍ଵାଇଁ ପରିଚାଳନା କରିଥିଲେ। ଚିତ୍ରକୋଣ୍ଡା ଶିକ୍ଷା ବ୍ଲକ RSC-12 ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳାଦ୍ରୀ ବିହାରୀ, କବୀ ସବିତା ତ୍ରିପାଠୀ, ସି, ଆର୍, ସି. ସି. ଲଳିତ କୁମାର ବେହେରା, ରଞ୍ଜନ ତରେଇ,ସାଧନ ସରକାର, ଶିକ୍ଷକ ବେଦବ୍ରତ ପ୍ରଧାନ, ଅଜିତ ପୂଜାରୀ, ଦେବବ୍ରତ ଦାସ ପଟ୍ଟନାୟକ. ସ୍ଵାତି ମାଇତି ଇତ୍ୟାଦି ଉପସ୍ଥିତ ଥିଲେ। ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଏକକ ଅଭିନୟ କରାଯାଇ ଥିଲା । ପରିଶେଷରେ ସଙ୍ଗୀତ ନୃତ୍ୟ ତାଳେ ତାଳେ କାର୍ଯ୍ୟକ୍ରମ ରସାଣିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ