ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିଲା ଅନେକ ଘର

ମାଲକାନଗିରି(ମନୋଜ କୁମାର ସାହା): ମାଲକାନାଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଚଳିତ ବାତ୍ୟା “ଅର୍ଣବ” ପ୍ରଭାବରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳରେ ବହୁତ ଘର ଭୁଷୁଡିବା ସହ ଅନେକ ଗଛ ଭାଙ୍ଗିଥିବା ର ସୁଚନା ମିଳିଛି। ଏହି କ୍ରମରେ କୁଡୁମୁଲୁଗୁମ୍ମା ବାସିନ୍ଦା ପ୍ରଭାକର ସୁନା ଙ୍କ ଘରର ଏକ ପାଖ ମାଟିକାନ୍ଥ ସମ୍ପୁର୍ଣ୍ଣ ଭୁଷୁଡି ଯାଇଥିବା ବେଳେ ପରକାନମାଳା ପଞ୍ଚାୟତ ର ସୁନାନଗର ଗ୍ରାମ ବାସିନ୍ଦା ବଣ୍ଡକୁ ଶିଷା ଙ୍କ ସମ୍ପୁର୍ଣ୍ଣ ଘର ଭୁଷୁଡି ପଡିଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଓ ରାଜସ୍ବ ନୀରିକ୍ଷକ ଯୁଦ୍ଧ କାଳୀନ ଭିତିରେ ଏହି ସବୁ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଭାଙ୍ଗି ଯାଇଥିବା ଗର ଗୁଡ଼ିକର କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ଦେଇଛନ୍ତି । ଅନୁରୁପ ଅଗ୍ନିଶମ ଓ ପୋଲିସ ବିଭାଗର କର୍ମଚାରୀ ମାନେ ମଧ୍ୟ କୈଣସି ଅସ୍ୱାଭାବିକ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିଥିବା ସୁଚନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ