ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଟକ, (ଯୁଗାବ୍ଦ ନ୍ୟୁଜ):ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନେ ନିଜକୁ କୌଣସି ଗୁଣରେ କମ୍ ଭାବିବା ଉଚିତ୍ ନୁହେଁ । ଜୀବନର ଯେକୌଣସି ସମସ୍ୟାର ମୁକାବିଲା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆତ୍ମିବଶ୍ୱାସ ସୃଷ୍ଟି କରାଇବା ଉଚିତ୍ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କଟକ କଳାବିକାଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ବିଶିଷ୍ଟ ବକ୍ତାମାନେ ଏହି ମତପ୍ରକାଶ କରିଛନ୍ତି । ମାନନୀୟ ମେୟର, କଟକ ମହାନଗର ନିଗମ, ଶ୍ରୀ ସୁବାସ ଚନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ କାମ କରିବାକୁ ଆହ୍ୱାନ ଦେଇଥିଲେ । ସେମାନଙ୍କ ଅଧିକାର ପ୍ରତି ସଚେତନ ରହି ସରକାର ସେମାନଙ୍କ ନିମନ୍ତେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଦିବ୍ୟାଙ୍ଗ ପିଲାମାନେ ପାଠ ପଢିବା ସହ ନିଜକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ଏହାକୁ ବିକଶିତ କରିବା ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିôବାବେଳେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲୋକନାଥ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ଆଇଡି ସଂଯୋଜକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଦିବ୍ୟାଙ୍ଗମାନେ ନିଜର ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ଅବଗତ ହୋଇ ସେହି ଗୁଣକୁ ବିକଶିତ କରି ଭିନ୍ନକ୍ଷତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଭିନ୍ନକ୍ଷମଙ୍କ ପାଇଁ ଉପଲବଧ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଗବତ କରାଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପିଲାମାନଙ୍କୁ ଉପହାର ବଂଟନ କରାଯାଇଥିଲା । ଆର୍ନ୍ତଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ସକାଳେ ବାରବାଟୀ ଷ୍ଟାଡିୟମଠାରୁ ଏକ ରାଲି ବାହାରି କଳା ବିକାଶ କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିରେ ଜିଲ୍ଲାର ୧୩ଟି ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରାୟ ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ