ଏଫଏଆଇ ପକ୍ଷରୁ ସ୍ଥାୟୀ ସାର ଓ କୃଷି ଉପରେ ୬୦ତମ ବାର୍ଷିକ ସେମିନାର ଆୟୋଜିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ସାର ସଂଘ (ଏଫଏଆଇ) ପକ୍ଷରୁ ‘ସ୍ଥାୟୀ ସାର ଓ କୃଷି ଉପରେ ଗୁରୁତ୍ୱ ଦେଇ ନୂଆଦିଲ୍ଲୀରେ ୬୦ତମ ବାର୍ଷିକ ସେମିନାରର ଶୁଭାରମ୍ଭ କରାଯାଇଛି । ଏହା ୨୦୨୪ ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଶିଳ୍ପର ଲିଡର, ସରକାରୀ ଅଧିକାରୀ ଓ ଅଂଶୀଦାରଙ୍କ ସମେତ ୧୪୦୦ରୁ ଅଧିକ ପ୍ରତିନିଧି ସାମିଲ ହେବେ । କୃଷି ଓ ସାର କ୍ଷେତ୍ରର ସ୍ଥାୟୀ ଅଭିବୃଦ୍ଧିକୁ ନେଇ ରଣନୀତି ସନ୍ଧାନ କରାଯିବ ।ସେମିନାରକୁ ଉଦଘାଟନ କରି ଭାରତ ସରକାରଙ୍କ ମାନ୍ୟବର ରସାୟନ, ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କୃଷିରେ ସ୍ଥାୟିତ୍ୱ ନେଇ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । କୃଷି ଉତ୍ପାଦନ ବଢ଼ାଇବା ସହ ପରିବେଶ ଉପରେ ପ୍ରଭାବକୁ କମ୍ କରିବା ଲାଗି ପ୍ରଭାବୀ ସାର ଓ ଉନ୍ନତ ପ୍ରଯୁକ୍ତି ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ କୃଷି କ୍ଷେତ୍ରର ଦାର୍ଘକାଳୀନ ଅଭିବୃଦ୍ଧି ଲାଗି ସ୍ଥାୟିତ୍ୱ ଓ ନବସୃଜନ ଆବଶ୍ୟକ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର ରସାୟନ, ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଭିଡିଓ ବାର୍ତା ପ୍ରକାଶ କରାଯାଇଥିଲା । ଭାରତର ଦୀର୍ଘକାଳୀନ କୃଷି ବିକାଶ ଲକ୍ଷ୍ୟ ଅନୁସାରେ ସାର କ୍ଷେତ୍ରକୁ କଂଚାମାଲ, ଚୂଡ଼ାନ୍ତ ଉତ୍ପାଦ ଓ ସ୍ଥାୟୀ ଅଭ୍ୟାସ ଲାଗି ବିଶ୍ୱସ୍ତରୀୟ ଯୋଗାଣକାରୀମାନଙ୍କ ସହ ସହାଯାଗିତା ସ୍ଥାପନ କରିବା ଲାଗି ଶ୍ରୀ ନଡ୍ଡା ଆହ୍ୱାନ ଦେଇଥିଲେ ।ଏଫଏଆଇର ଅଧ୍ୟକ୍ଷ ଶ୍ରୀ ଏନ ସୁରେଶ କ୍ରିଷ୍ଣନ କାର୍ବନ ଫୁଟପ୍ରିଂଟ କମ୍ କରିବା, ଶକ୍ତି ଦକ୍ଷତାରେ ଉନ୍ନତି ଆଣିବା ଏବଂ ୟୁରିଆ ଉତ୍ପାଦନ ବଢ଼ାଇବାରେ ଭାରତୀୟ ସାର ଶିଳ୍ପ କରିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଉପରେ ଆଲୋକପାତ କରିଥିଲେ । ଅଭିନବ ଉତ୍ପାଦ ଓ ଦୃଢ଼ ସରକାରୀ ନୀତି ଜରିଆରେ ବିଶ୍ୱ ସାର ବଜାରରେ ଭାରତର ବୃଦ୍ଧି ପାଉଥିବା ଭୂମିକା ବିଷୟରେ ସେ ଜଣାଇଥିଲେ ।ଏହି ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି ଯେଉଁଥିରେ ଭାରତ ଓ ବିଦେଶର ୫୨ ପ୍ରଦର୍ଶନକାରୀ ସାମିଲ ହୋଇଛନ୍ତି । ସାର ଓ କୃଷି ପ୍ରଯୁକ୍ତିର ନବସୃଜନଗୁଡ଼ିକୁ ସେଥିରେ ପ୍ରଦର୍ଶନ କରାଯାଇଛି ଯାହା ଅଂଶଗ୍ରହଣକାରୀମାନଙ୍କୁ ନୂତନ ସମାଧାନର ସନ୍ଧାନ କରିବା ଲାଗି ମୂଲ୍ୟବାନ ନେଟୱର୍କିଂ ପ୍ଲାଟଫର୍ମ ପ୍ରଦାନ କରୁଛି । ଏହି ସେମିନାରରେ ସ୍ଥାୟିତ୍ୱ, ପ୍ରଯୁକ୍ତିରେ ଉନ୍ନତି ଓ ଦୀର୍ଘସ୍ଥାୟୀ ସହଯୋଗିତା ଉପରେ ଗୁରୁତ୍ୱ ଦିଆଯିବ । କୃଷି ଓ ସାର କ୍ଷେତ୍ରରେ ଉନ୍ନତ ସମାଧାନର ଅନୁସନ୍ଧାନ ଉପରେ ଅଧିବେଶନ ଅୟୋଜିତ ହେବ । ଚଳିତ ବର୍ଷର କାର୍ଯ୍ୟକ୍ରମ ପଦକ୍ଷେପ ଗ୍ରହଣକାରୀ ତଥ୍ୟ ପ୍ରଦାନ କରିବ ଯାହା ଭାରତର ଅଧିକ ସ୍ଥାୟୀ ଓ ସ୍ୱାବଲମ୍ବୀ କୃଷି ଭବିଷ୍ୟତ ପ୍ରତି ଯୋଗଦାନ କରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ