ମଣ୍ଡଳସ୍ତରୀୟ ବର୍ଣ୍ଣାଳୀ ଓ ପ୍ରୟୋଗ କାର୍ଯ୍ୟକ୍ରମ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ତ୍ରିଦିବସୀୟ ସାମାଜିକ ଲିଙ୍ଗଗତ ସମତା ଆଧାରିତ କାର୍ଯ୍ୟକ୍ରମ \”ବର୍ଣ୍ଣାଳୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ ଉପସ୍ଥିତ ଥିଲେ । ଏଥିରେ ୩୭ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷକ କାକୁଲି ମଲ୍ଲିକ, ସାଗରିକା ମିଶ୍ର, ଜିତେନ୍ଦ୍ର ତ୍ରିପାଠୀ ଓ ବିଷ୍ଣୁଚରଣ ସାମଲ ପ୍ରମୁଖ ସାମାଜିକ ଲିଙ୍ଗଗତ ସମସ୍ୟା, ସାମାଜିକ ଭେଦଭାବ ଓ ଶିକ୍ଷା, ଏହାକୁ ପ୍ରଭାବିତ କରୁଥିବା ଅନୁଷ୍ଠାନ, ପିତୃକୈନ୍ଦ୍ରିକ ପରିବାରର ପ୍ରଭାବ, ବର୍ଣ୍ଣାଳୀ ପୁସ୍ତକର ଗୁରୁତ୍ୱ, ପାଠ୍ୟ ପୁସ୍ତକ ସହ ସଂଯୋଗୀକରଣ ଆଦି ୧୫ ଗୋଟି ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଲିଙ୍ଗଗତ ଅସମାନତା, ସମାନତା ଓ ସମତା ଉପରେ ଆଲୋକପାତ କରିବା ସହ ଶିବିରକୁ ଉତ୍ସାହିତ କରିଥିଲେ । ବିଭିନ୍ନ ଅଧିବେଶନରେ ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ୟ ସହପ୍ରଶିକ୍ଷାର୍ଥୀମାନଙ୍କ ସଂପୃକ୍ତି ପ୍ରଶିକ୍ଷଣ ଶିବିରକୁ ଅତ୍ୟନ୍ତ ଚିତାକର୍ଷକ କରିଥିଲା । ଶେଷ ଦିବସରେ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମ ସଂଯୋଜକ ବିନୋଦ ବିହାରୀ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅପରପକ୍ଷରେ ସମାନ୍ତରାଳ ଭାବେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ଉତ୍ସର୍ଗୀକୃତ ୫୦ଜଣ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ \”ପ୍ରୟୋଗ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶିକ୍ଷକ ଅନନ୍ତ କୁମାର ପରିଡା, ମହମ୍ମଦ ଅଜଗର ଅଲ୍ଲି, ଶ୍ରୀଧର ସାହୁ, ସ୍ନେହଲତା ପରିଡ଼ା ପ୍ରମୁଖ ୧୨ଗୋଟି ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଉକ୍ତ ଦୁଇଟି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କିଶୋର ଚନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ସାମଲ, ମହମ୍ମଦ ଗୟାସୁଦ୍ଦିନ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ