ବିଦ୍ୟାଳୟରୁ ବୋଡ଼ା ସାପ ଉଦ୍ଧାର

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବ୍ଳକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଧାନଘର ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ବିଷାକ୍ତ ଚନ୍ଦନ ବୋଡା ସାପକୁ ଉଦ୍ଧାର କରାଯାଇଛି। ବିଦ୍ୟାଳୟରେ ପ୍ରାର୍ଥନା ପରେ ଜଣେ ଛାତ୍ର ସାପକୁ ଦେଖି କ୍ରୀଡା ଶିକ୍ଷକ ସିମାଞ୍ଚଳ ଗୌଡ଼ଙ୍କୁ ଖବର ଦେଇଥିଲେ । ତୁରନ୍ତ କ୍ରୀଡା ସଂସ୍କୃତ ଶିକ୍ଷକ ବୈକୁଣ୍ଠ ନାଥ ସାହୁ ଓ ରାତ୍ର ଜଗୁଆଳି ମଧୁସୂଦନ ପାଗଡା ସତର୍କତାର ସହିତ ସାପଟିକୁ ଘୋଡେଇ ରଖିଥିଲେ। ଏହା ପରେ ପ୍ରଧାନଶିକ୍ଷକ ସ୍ନେକ୍ ହେଲପ ଲାଇନକୁ ଖବର ଦେଇଥିଲେ l ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ତରଫରୁ ରାମଚନ୍ଦ୍ର ସାହୁ ତୁରନ୍ତ ବିଦ୍ୟାଳୟରେ ପହଂଚି ସାପଟିକୁ ଉଦ୍ଧାର କରି ଥିଲେ। ସାପଟିର ଲମ୍ବ ପ୍ରାୟ ଚାରି ଫୁଟ ହୋଇଥିବା ବେଳେ ଏହା ଏକ ଚନ୍ଦନ ବୋଡା ସାପ ବୋଲି ଜଣା ପଡିଛି।ସାପକୁ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡିଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ