ଶିକ୍ଷା ବିଭାଗର ସମୀକ୍ଷା ବୈଠକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହ ରେ ଶନିବାର ଶିକ୍ଷାବିଭାଗର ବ୍ଳକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମୀକ୍ଷା ବୈଠକରେ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ। ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ, ଏବିଇଓ ବିଶ୍ରବା ପାଇକ ବିଭିନ୍ନ ବିଦ୍ୟାଳୟର ସ୍ଥିତି ଓ ଭିତ୍ତିଭୂମି ବିକାଶ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ବ୍ଳକ ସହକାରୀ ଯନ୍ତ୍ରୀ ଇଂ.ରାଜୀବ ପ୍ରଧାନ, ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶୁଭେନ୍ଦୁ କୁମାର ଦାସ,ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବ୍ଳକ ଅଧିନ ୧୬ ଟି କ୍ଲଷ୍ଟରର ସମସ୍ତ ସିଆରସିସି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର ହୋଇଥିବା ସରକାରୀ ଅନୁଦାନ ବିନିଯୋଗ ସମ୍ପର୍କରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଏବିଇଓ ବାଳା ମାଝୀ ତଥ୍ୟ ଉପସ୍ଥାପନ କରିଥିଲେ।  ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଦିଗରେ ସମସ୍ତେ ଯତ୍ନବାନ ହେବା ସହ ନିର୍ଦ୍ଧାରିତ ସମୟରେ ସରକାରୀ ଅନୁଦାନ ବିନିଯୋଗ ପାଇଁ ବିଡ଼ିଓ ପରାମର୍ଶ ଦେଇଥିଲେ।ଏହି ବୈଠକରେ ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା  ଏବଂ ସଭ୍ୟା ବୃନ୍ଦ ଉପସ୍ଥିତ ଥିଲେ।ଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ