ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଓଡିଶା ତାଇକୋଣ୍ଡ ଟ୍ରେନିଂ ସେଣ୍ଟର ଏବଂ ଓଡିଶା ତାଇକୋଣ୍ଡ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କେନ୍ଦୁଝର ଷ୍ଟାଡିୟମଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ତାଇକୋଣ୍ଡ ଗ୍ରାଣ୍ଡମାଷ୍ଟର ତଥା ଓଡିଶା ତାଇକୋଣ୍ଡ ଆସୋସିଏସନ୍ ର ସଂପାଦକ ଗୋପାଳ ଚନ୍ଦ୍ର ରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ କ୍ରିଡାବିତ ଚୟନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଚୟନ ହୋଇଥିବା କ୍ରିଡାବିତମାନେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରିବେ ବୋଲି ଓଡିଶା ତାଇକୋଣ୍ଡ ଆସୋସିଏସନ୍ ସଂପାଦକ ପ୍ରକାଶ କରିଛନ୍ତି । ଏହି କ୍ରିଡାବିତମାନେ ଆଗାମୀ ଦିନରେ କଲିକତାଠାରେ ହେବାକୁ ଥିବା ଓପନ୍ ଇଣ୍ଟରନ୍ୟାସନାଲ ଚମ୍ପିୟାନସିପରେ ଭାଗ ନେବେ ବୋଲି ସେ ସୂଚନା ଦେଇଛନ୍ତି । ଏହି ଜାତୀୟସ୍ତରୀୟ ଖେଳାଳୀ ଚୟନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ ଆଦ୍ୟାଶା ଲାୟକ,ସ୍ଥିତିପ୍ରଜ୍ଞା ଗିରି,ଆସ୍ଥାମଣୀ ମାଝୀ,ରିଧିମା ଲାୟକ,ସେକ୍ ଯୋହା କୁଲସୁମ,କ୍ରୀତିକାବ୍ୟା ଦାସ,ଏଆର୍ ରୁଦ୍ରୀଶି,ଜିତେନ୍ଦ୍ର ଓରାମ,ନିଖିଳ କୁମାର ଦାସ,ଆୟନ କୁମାର ସାହୁ,ଆୟୁଷ କୁମାର ନାଏକ,ସାଇକି୍ରଷ୍ଣା ସିଂ,ସମର୍ପିତ ସ୍ୱାଇଁ,କୌଶିକ କୁମାର ସାହୁ,ସିଦ୍ଧାର୍ଥ ଦେଓ,ସଙ୍ଗୀତ ସ୍ୱାଇଁ ଓ ତନିଷ ପ୍ରଧାନ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ ପାର୍ଥସାରଥି ସାହୁ,ରିତେଶ କୁମାର ଗୁପ୍ତା,ଚୁମ୍କି ମହାରଣା,ଜୟସ୍ମିତା ସାହୁ,ପୁଷ୍ପିତା ବାରିକ,ସ୍ମୃତିଲବ୍ଧା ନାୟକ,ଶ୍ରେୟାସ୍ମିତା ସାହୁ,କୌଶିକପି୍ରୟା ଜେନା,ଗଣେଶ ରାଓ,ତୀର୍ଥବାସୀ ପ୍ରଧାନ ଓ ତନ୍ମୟ ବେହେରା । ଏଥିସହ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ କୃଷ୍ଣପ୍ରଭା ଚାମ୍ପିଆ,କାଠିଆ ନାଥ,ସତ୍ୟବ୍ରତ ଜେନା,ସୁଶ୍ରୀ ଭାଗ୍ୟଲିପି ଓ ଶ୍ରେୟାଶ୍ରୀ ଦାସ । କେନ୍ଦୁଝର ଜିଲ୍ଲାର କ୍ରିଡାବିତଙ୍କ ଏହି ସଫଳତା ପାଇଁ ରବିବାର ଦିନ ଜିଲ୍ଲା କ୍ରିଡା ସଂସ୍ଥାର ସାଧାରଣ ସଂପାଦକ ଡ଼ ଜନାର୍ଦ୍ଦନ ଦାଶ,ବରିଷ୍ଠ ସାମ୍ବାଦିକ ନରେଶ ଚନ୍ଦ୍ର ପଟ୍ଟନାୟକ,କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ର ସଭାପତି ପ୍ରଦୀପ କୁମାର ମହାନ୍ତି ଓ ସଂପାଦକ ନିର୍ମଳ ଚନ୍ଦ୍ର ନାୟକ କୃତୀ କି୍ରଡାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ପ୍ରଶିକ୍ଷକ ଟଙ୍କଧର ନାଏକ ଖେଳାଳୀ ଚୟନ ଶିବିରକୁ ସଂଯୋଜନା କରିଥିବାବେଳେ ପ୍ରଶିକ୍ଷକ ଦିଗବିଜୟ ବେହେରା,ଦେବରାଜ ସାହୁ,ମନୋଜ ପାତ୍ର,ଅମ୍ବିତ ହାଁସଦା,ମାନସ ବାରିକ,ରଞ୍ଜିତ ବେହେରା ଓ ଏମ୍ଡି ସକିଲ ପ୍ରମୁଖ ସହଯୋଗ କରିଥିଲେ ।