ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଦ୍ବିତୀୟ ପର୍ଯ୍ୟାୟ ସଂକଳ୍ପ ଶିବିର ଉଦ୍ଘାଟିତ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ହାଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ବିତୀୟ ପର୍ଯ୍ୟାୟ ସଂକଳ୍ପ ଶିବିର ଉଦ୍ଘାଟିତ ହୋଇ ଯାଇଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ଙ୍କ ଅଧ୍ୟକ୍ଷତା ଓ ସମଗ୍ର ଶିକ୍ଷା ପେଡ଼ା ଗୋଜୀ ପୁଷ୍ପାଞ୍ଜଳି ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଶିବିର କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ସାଧନ କର୍ମୀ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ଏହି ଶିବିର ରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନେତୃତ୍ବ ଓ ଦକ୍ଷତା ବିକାଶ କିପରି ହୋଇ ପାରିବ ସେ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।ସାଧନ କର୍ମୀ ଭୀଷ୍ମ ସାହୁ,ସଞ୍ଜୟ ଖମାରୀ,ଜିତେନ୍ଦ୍ର ଦେବତା ପ୍ରମୁଖ ନୂତନ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲ ରେ ଚାଲିଥିବା ବିଭିନ୍ନ ଯୋଜନା ପରିଚାଳନା ସହିତ ଦକ୍ଷତା ବୃଦ୍ଧି ନେତୃତ୍ବ ବିକାଶ ସମ୍ବନ୍ଧ ରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି ସମଗ୍ର ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।