ବିଧାୟକ ମନୋହରଙ୍କ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀରେ ବିରୋଧ
ନବରଙ୍ଗପୁର, (ୱାଇ ଏନଏସ): ସରିଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । ମଣ୍ଡେଇ ସରିବା ପରେ ଆରମ୍ଭ ହେଲା ରାଜନୀତି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଣ୍ଡେଇ ମଞ୍ଚ ରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ମହିଳା ଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ଦଳ। ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ତାଙ୍କ ସ୍କୁଲ ସମୟର ପ୍ରାର୍ଥନା ସଙ୍ଗୀତ ଥିବା ଆହେ ଦୟାମୟ ବିଶ୍ୱ ବିହାରୀ ସଙ୍ଗୀତ ର ପଂକ୍ତି ରେ ମୋର ଧନ ଜନ ଲୋଡ଼ା ନାହିଁ ହେ କୁ ବିକୃତ କରି ଆକ୍ଷେପ କରିଥିବା ଅଭିଯୋଗ କରି ସମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ ଉଭୟ ସଂସଦ ଏବଂ ବିଧାୟକ ସମସ୍ତ ଙ୍କ ଅଗରେ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ବିଜେପି ମହିଳା ମୋର୍ଚା । ନବରଙ୍ଗପୁର ସହର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଉଭୟ ବିଧାୟକ ଓ ରାଜ୍ୟ ସଭା ସାଂସଦ ଙ୍କ ମଣ୍ଡେଇ ମଞ୍ଚ ରେ ଦୁର୍ବ୍ୟବହାରକୁ ଟାର୍ଗେଟ କରିଛି ଦଳ । ମଣ୍ଡେଇ ମଞ୍ଚ ରେ ଲକ୍ଷ ଲକ୍ଷ ଦର୍ଶକ ସମ୍ମୁଖରେ ଆଙ୍କର ଭାବେ ଯୋଗ ଦେଇଥିବା ଦୁଇ ମହିଳା ଙ୍କ ସୁନ୍ଦରତା ପ୍ରତି ଆଶାଳୀନ ମନ୍ତ୍ୟବ୍ୟ ଦେଇଥିବା ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ବିଧାୟକ ମନୋହର ରନ୍ଧାରୀ ମଣ୍ଡେଇ ର ପ୍ରଥମ ଦିବସ ର ଆଙ୍କର ଓ ତୃତୀୟ ଦିବସ ର ଆଙ୍କର ଥିବା ଦୁଇ ଭିନ୍ନ ଭିନ୍ନ ମହିଳା ଆଙ୍କର ଙ୍କ ଗାଲ ସହ ସେମାନେ ବହୁତ ସୁନ୍ଦର ଏବଂ ମୃଗ ନୟନି ବୋଲି ମନ୍ତ୍ୟବ୍ୟ ଦେବା ସହ ନିଜେ ଟିକେ କଳା ବର୍ଣ୍ଣ ର ହୋଇଥିବାରୁ ତାଙ୍କୁ ମଧ୍ୟ ଅସୁନ୍ଦର ସ୍ତ୍ରୀ ମିଳିଲା ବୋଲି କହିଥିବା ଅଭିଯୋଗ କରିଛି ମହିଳା ମୋର୍ଚ୍ଚା ।ଏହା ଜଣେ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଅପମାନ ବୋଲି କହିଛନ୍ତି ବିଜେପି ନେତ୍ରୀ ଶର୍ମିଷ୍ଠା ଦେଓ । ସେଭଳି ସମସ୍ତ ମହିଳା ମୋ ଗାର୍ଲ ଫ୍ରେଣ୍ଡ ଏବଂ ସବୁ ପୁରୁଷ ମାନେ ତାଙ୍କ ବୟ ଫ୍ରେଡ଼ ବୋଲି କହିଥିଲେ ଡାବୁଗାଁ ବିଧାୟକ । ଏହା ତାଙ୍କ ମାନସିକ ବିକୃତ ର ପରିଚୟ ବୋଲି କହିଛି ଜିଲ୍ଲା ମହିଳା ମୋର୍ଚ୍ଚା । କଣ ତାଙ୍କ ସ୍ତ୍ରୀ ,ତାଙ୍କ ମା ଏବଂ ତାଙ୍କ ଝିଅ ଓ ତାଙ୍କ ପରିବାରର ସମସ୍ତ ମହିଳା ମାନେ ବିଧାୟକ ଙ୍କ ଗାର୍ଲଫ୍ରେଣ୍ଡ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ମହିଳା ସଦସ୍ୟମାନେ। ବିଧାୟକ ନିଜ ର ଏହି ଅଶାଳୀନ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦଳ କହିଛି । ସେପରି ମଣ୍ଡେଇ ମଞ୍ଚ ର ଅନ୍ୟତମ ଅତିଥି ଥିବା ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ତାଙ୍କ ସମୟ ର ସ୍କୁଲ ର ପ୍ରାର୍ଥନା ସଙ୍ଗୀତ ଥିବା ” ଆହେ ଦୟାମୟ ବିଶ୍ୱ ବିହାରୀ” ସଙ୍ଗୀତ ର ପଂକ୍ତି “ମୋର ଧନ ଜନ ଲୋଡ଼ା ନାହିଁ ହେ” କୁ ବିକୃତ କରି” ମୋର ଧନଜନ ଲୋଡ଼ା ହେ “ବୋଲି ଗାଉଥିଲେ ଏବଂ ଏଭଳି ଯେଉଁ ମାନେ “ମୋର ଧନ ଜନ ଲୋଡ଼ା ନାହିଁ ହେ” ବୋଲି ଗାଉଥିଲେ ସେମାନେ ଆଜି ଦୁଃଖ ରେ ଥିବା କହିଥିଲେ । ଯେଉଁମାନେ ଏହି ଭଜନ ପଂକ୍ତି କୁ ଗାଉଥିଲେ ସେମାନେ ଆଜି ଆର୍ଥିକ ଅନାଟନ ର ଶିକାର ହୋଇଥିବା କହିଥିଲେ ସାଂସଦ। ସାଂସଦ ମୁନା ଖାନ ଏହାର ଉଦାହରଣ ଦେବାକୁ ଯାଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବିଗତ ଦିନ ର ସୁପରଷ୍ଟାର ନବରଙ୍ଗପୁର ଜିଲ୍ଲାର ଗୌରବ ଶ୍ରୀରାମ ପଣ୍ଡା ଙ୍କ ସ୍ତ୍ରୀ ଯିଏ କି ଶିକ୍ଷୟତ୍ରୀ ଅଛନ୍ତି ସେ ମଧ୍ୟ ଏଭଳି “ମୋର ଧନ ଜନ ଲୋଡ଼ା ନାହିଁ ହେ” ବୋଲି ଗୀତ ବୋଲୁଥିବାରୁ ଆଜି ଶ୍ରୀରାମ ପଣ୍ଡା ନିଜେ ସନ୍ୟାସୀ ହୋଇଯାଇଥିବା ମଣ୍ଡେଇ ମଞ୍ଚ ରେ କହିଥିଲେ । ଯାହା ହିନ୍ଦୁ ଧର୍ମ ପ୍ରତି କୁଠାରାଘାତ ହୋଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ ଏବଂ ଯୁବ ନେତା କାହ୍ନୁ ଦାସ । ଏଥିପାଇଁ ମୁନ୍ନା ଖାଁ ଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଛି ଦଳ ନଚେତ ଆଗାମୀ ଦିନ ରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି। ଏହାସହ ବିଭିନ୍ନ ସୋସିଆଲ ମିଡ଼ିଆରେ ମଣ୍ଡେଇ ମଞ୍ଚ କୁ ବିଜେପି ମଞ୍ଚ ବୋଲି କହି ବିଜେଡି କର୍ମୀ ମାନେ ଆକ୍ଷେପ କରୁଛନ୍ତି। ଏହା ପୂର୍ବରୁ ହୋଇଥିବା ମଣ୍ଡେଇ ସଭା ରେ କେବଳ ବିଜେଡି ଦଳୀୟ କର୍ମୀ ମାନେ ହିଁ ପରିଚାଳନା କରୁଥିଲେ ଯାହା ସମସ୍ତଙ୍କୁ ଭଲଭାବେ ଜଣା ଅଛି ବୋଲି କହିଛନ୍ତି ଜିଲ୍ଲା ସଭାପତି । ଏଭଳି ସବୁ ଅଭିଯୋଗ କରି ବିଧାୟକ ଏବଂ ସାଂସଦ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଏବଂ ମହିଳା ମୋର୍ଚ୍ଚା ଶର୍ମିଷ୍ଠା ଦେଓ , କିଶୋରୀ ପଟ୍ଟନାୟକ ଏବଂ ଅନ୍ୟ କାର୍ଯ୍ୟକର୍ତା ମାନେ ଦାବି କରି ନାରାବାଜି କରିଛନ୍ତି ।