ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ୧୯ତମ ଜିଲ୍ଲା ସମ୍ମିଳନୀ ପାଇଁ ମହିଳା ସାମ୍ମୁଖ୍ୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଉନବିଂଶ ବାର୍ଷିକ ଜିଲ୍ଲା ସମ୍ମିଳନୀ ପାଇଁ ଜିଲ୍ଲାର ବିଭିନ୍ନ ଆଞ୍ଚଳିକ କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟିର ମହିଳା ସାମ୍ମୁଖ୍ୟ ବୈଠକ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାଲେଶ୍ୱର ସହରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆବାହିକା ସରସ୍ୱତୀ ପଣ୍ଡା ବୈଠକର ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ । ଚଳିତ ଡିସେମ୍ବର ମାସ ରବିବାର ଦିନ ୧୦ଟାରେ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ମିଳନୀ ରାଜାବଗିଚାସ୍ଥିତ ବ୍ରିଟ୍ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ମହିଳାମାନେ ଅଧିକ ସଂଖ୍ୟାରେ ଯୋଗଦେବାକୁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଥିଲେ । ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ଓ ଅତ୍ୟାଧୁନିକ ହସ୍‌ପିଟାଲ୍ ପ୍ରତିଷ୍ଠା ଦାବିରେ ଅତୀତର ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନରେ ଆମର ମା’ଭଉଣୀମାନେ ବହୁଳ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେବା ପରେ ଡାକ୍ତରୀ ଶିକ୍ଷାଦାନ ସହ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ପାଇଁ ବାଲେଶ୍ୱରବାସୀ ଆଶା କରିଥିଲେ । କିନ୍ତୁ ମେଡିକାଲ୍ କଲେଜ୍ ହସ୍‌ପିଟାଲରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲାଯାଇନଥିବାରୁ ଓ ବିଶେଷଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବରୁ ଜିଲ୍ଲାବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ôଚତ ହେଉଛନ୍ତି ବୋଲି ବୈଠକରେ ବହୁସଦସ୍ୟା ଅଭିଯୋଗ କରିଥିଲେ । ବହୁ ସରକାରୀ ଡାକ୍ତର ଘରୋଇ ଚିକିତ୍ସାପାଇଁ ଅଧିକ ଅର୍ଥ ନେଉଥିବାର ଅଭିଯୋଗ ହୋଇଥିଲା । ତେଣୁ ଆସନ୍ତା ସମ୍ମିଳନୀରେ ମହିଳାମାନେ ଅଧିକ ସଂଖ୍ୟାରେ ଯୋଗଦେଇ ଏହିସବୁ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ଅନୁସୟା ନାୟକ, ଭାରତୀ ପଣ୍ଡା, ସ୍ନେହଲତା ପତି, ଗୀତାଞ୍ଜଳି ସିଂହ, ବନ୍ଦନା ବିଶ୍ୱାସ, କ୍ରିଷ୍ଣା ଶାହା, ବୀଣାପାଣି ରାଉତ, ଦମୟନ୍ତୀ ଶତପଥୀ, ସ୍ୱର୍ଣ୍ଣଲତା ସ୍ୱାଇଁ, ଜୟଶ୍ରୀ ବେହେରା, ଅଞ୍ଜନା ସେନ୍‌, ପ୍ରତିମା ପଣ୍ଡା, ରାଧାରାଣୀ େବେହରା, ପଦ୍ମିନି ଅଧିକାରୀଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ ଓ ପ୍ରଫୁଲ୍ଲ କୁମାର ଦାସ, ଯଶୋଦାନନ୍ଦନ ଆଶ୍‌, ଯତୀନ୍ ପାତ୍ର, ଶ୍ୟାମସୁନ୍ଦର ଜେନା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଂଯୁକ୍ତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ