କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ
କଟକ, (ଯୁଗାବ୍ଦ ନ୍ୟୁଜ):ସଂପ୍ରତି ଶୀତର ମାହୋଲ ଆସିଯାଇଥିବା ବେଳେ ଶୀତ ପ୍ରକୋପରେ ଅସହାୟ ବୃଦ୍ଧବୃଦ୍ଧା କଷ୍ଟ ଭୋଗୁଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛି କଟକ-ଚୌଦ୍ବାର ବିକାଶ ପରିଷଦ । “କଟକ-ଚୌଦ୍ୱାର ବିକାଶ ପରିଷଦ” ପକ୍ଷରୁ ସଭାପତି ମାନସ ପରିଡ଼ା ଙ୍କ ନେତୃତ୍ୱରେ ଜଗତପୁର ଠାରେ ଅସହାୟ ବୃଦ୍ଧବୃଦ୍ଧା ଙ୍କୁ ଲୁଙ୍ଗି,ଗାମୁଛା, ଶାଢ଼ୀ,ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । କଟକ ସହରର ବିଭିନ୍ନ ଜାଗାରେ ସରକାରଙ୍କ ଦ୍ଵାରା ନିର୍ମିତ ରାତ୍ର ଆଶ୍ରୟ ସ୍ଥଳୀ ଥିଲେ ମଧ୍ୟ ଅନେକ ଜାଣି ନପାରି ରାତିରେ ରାସ୍ତା କଡ଼ରେ ଆଶ୍ରୟ ନେଉଛନ୍ତି ।ତେଣୁ ପ୍ରଶାସନ ବା ଥାନା ଗାଡ଼ି ଦ୍ଵାରା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଆଶ୍ରୟ ନେଉଥିବା ନିରାଶ୍ରୟ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ରାତ୍ରୀ ଆଶ୍ରୟ ସ୍ଥଳୀରେ ପହଞ୍ଚାଇବା କୁ ପରିଷଦ ଦାବୀ କରିଛି ଏବଂ ଆହୁରି ଅଧିକ ରାତ୍ରୀ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ମଧ୍ୟ ଦାବୀ କରିଛନ୍ତି ପରିଷଦର ସଭାପତି ଶ୍ରୀ ପରିଡ଼ା ।


